ବେସାମରିକ ବିମାନ ଉଡ଼ାଣ ପାଇଁ ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କଲା

0
1023
ବେସାମରିକ ବିମାନ ଉଡ଼ାଣ ପାଇଁ ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କଲା
ବେସାମରିକ ବିମାନ ଉଡ଼ାଣ ପାଇଁ ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କଲା

ଫେବୃଆରୀ ୨୪/ ରୁଷିଆ ର ଆକ୍ରମଣ ର ସାମ୍ନା କରୁଥିବା ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କରିବାକୁ ଘୋଷଣା କରିଛି। ଏହି ସମୟରେ, କୀଏଭି ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ମଝି ରାସ୍ତାରୁ ଫେରି ଆସିବାକୁ ପଡିଛି I ଏହି ବିମାନ ଟି ୟୁକ୍ରେନ ରେ ଥିବା ଭାରତୀୟ ଙ୍କୁ ଆଣିବାକୁ ଯାଉଥିଲା I
ଅଧିକାରୀଙ୍କ ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ କର୍ତ୍ତୃପକ୍ଷ ଦେଶର ଆକାଶ ସୀମା ବନ୍ଦ କରିବା ମାତ୍ରେ ଏୟାର ଇଣ୍ଡିଆ ଏବଂ କେନ୍ଦ୍ର ସରକାର ଏହାକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି I
ଏହା ଭିତରେ, କୀଏଭି ରୁ ୟୁକ୍ରେନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଗୋଟିଏ ବିମାନ ଗୁରୁବାର ଦିନ ପ୍ରାୟ ୭.୪୫ ରେ ସମୟରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। STIC ଗ୍ରୁପ୍ ନିର୍ଦ୍ଦେଶକ ଅଞ୍ଜୁ ଭାରିୟା କହିଛନ୍ତି ଯେ ବିମାନରେ 182 ଜଣ ଭାରତୀୟ ନାଗରିକ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ।
ସପ୍ତାହେ ଧରି ଚାଲିଥିବା ଉତ୍ତେଜନା ପରେ ରୁଷିଆ ଗୁରୁବାର ୟୁକ୍ରେନ ବିରୋଧରେ ସାମରିକ ଅପରେସନ ଘୋଷଣା କରିଛି। ଏହା ପରେ ୟୁକ୍ରେନ କର୍ତ୍ତୃପକ୍ଷ ନାଗରିକ ବିମାନ ଚଳାଚଳ ପ୍ରତି ବିପଦ ଥିବାରୁ ୟୁକ୍ରେନ ମଧ୍ୟରେ ବେସାମରିକ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଏକ ନୋଟିସ ଜାରି କରିଛନ୍ତି।

Also Read  6200 Indians Return From Ukraine By Special Civilian Flights