କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ : ୫.୧୬ ଲକ୍ଷ ଜବତ

0
676
କନେଷ୍ଟବଳଙ୍କ ଘରେ ଭିଜିଲାନ୍
କନେଷ୍ଟବଳଙ୍କ ଘରେ ଭିଜିଲାନ୍

ବ୍ରହ୍ମପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକକାଳୀନ ତିନିଟି ସ୍ଥାନରେ ଚଢ଼ାଉ କରାଯାଉଥିବାର ଖବର ମିଳିଛି।

ଚଢ଼ାଉ ସମୟରେ ଖବର ଲେଖାଯିବା ସୁଦ୍ଧା ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି। ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା। ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଆଜି ଚଢ଼ାଉରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ।  ଚଢ଼ଉ ସମୟରେ ଅମାପ ସମ୍ପତ୍ତି ପାଇଥିଲା। ତାଙ୍କ ଘରୁ କେବଳ ମିଳିଥିଲା ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା।  ୬୫୯ ଗ୍ରାମ ସୁନା ବି ଜବତ ହୋଇଥିଲା। ତାଙ୍କର ଏକାଧିକ ଫ୍ଲାଟ୍ ଓ ପ୍ଲଟ ମଧ୍ୟ ଠାବ ହୋଇଥିଲା।

Also Read  SC/ST amendment bill to be introduced in Parliament in this session: Rajnath