ଭାରତ ଭ୍ରମଣରେ ଯିବା ପାଇଁ ୫ଜଣ ଅଣ-ଭାରତୀୟ ବନ୍ଧୁଙ୍କୁ ପ୍ରବର୍ତ୍ତାଅ: ପ୍ରଧାନମନ୍ତ୍ରୀ ମୋଦୀ

0
969
Union Cabinet Approves 1526 Crore Investment For The Upgradation Of NH-326 In Odisha
Union Cabinet Approves 1526 Crore Investment For The Upgradation Of NH-326 In Odisha

ନୂଆଦିଲ୍ଲୀ: ଭାରତ ଭ୍ରମଣରେ ଯିବା ପାଇଁ ଅନ୍ୟୂନ ୫ଜଣ ଅଣ-ଭାରତୀୟ ବନ୍ଧୁମାନଙ୍କୁ ପ୍ରବର୍ତ୍ତାଇବା ଲାଗି ମଙ୍ଗଳବାର ଦିନ ଡେନ୍‌ମାର୍କରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଛାତ୍ରଛାତ୍ରୀ, ଗବେଷକ, ଅଫିସ୍‌ କର୍ମଚାରୀ ଏବଂ ବ୍ୟବସାୟୀମାନଙ୍କ ସମେତ ଡେନ୍‌ମାର୍କରେ ଥିବା ଭାରତୀୟ ସମ୍ପ୍ରଦାୟର ୧୦୦୦ ଜଣ ସଦସ୍ୟଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତୀୟମାନେ ଡେନ୍‌ମାର୍କର ଯେଉଁ ଅଞ୍ଚଳରେ ଘରବାଡ଼ି କରି ରହିଛନ୍ତି, ସେମାନେ ହେଉଛନ୍ତି ସ‌େ ଅଞ୍ଚଳ ପାଇଁ ଭାରତର ରାଷ୍ଟ୍ରଦୂତ ସଦୃଶ।

ପ୍ରଧାନମନ୍ତ୍ରୀ କହିଲେ, ଆମ ପର୍ଯ୍ୟଟନ କ୍ଷେତ୍ରକୁ ପୁନଃଚଳଚଞ୍ଚଳ କରିବାକୁ ପଡ଼ିବ। ନିଜ ନିଜର ଉଦ୍ୟମ ବଳରେ ଆପଣମାନଙ୍କର ଅଣ-ଭାରତୀୟ ବନ୍ଧୁମାନଙ୍କ ମଧ୍ୟରୁ ୫ଜଣଙ୍କୁ ଭାରତ ଭ୍ରମଣରେ ପଠାଇଲେ ଅଳ୍ପ କିଛି ଦିନ ମଧ୍ୟରେ ଦୁନିଆରେ ମାତ୍ର ଗୋଟିଏ ଗନ୍ତବ୍ୟ ସ୍ଥଳ ରହିବ। ତାହା ହେଉଛି ‘ଚଲୋ ଇଣ୍ଡିଆ’। ଭାରତୀୟ ବଂଶୋଦ୍ଭବମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭାବବିନିମୟ କରିବା ବେଳେ ଡେନ୍‌ମାର୍କର ପ୍ରଧାନମନ୍ତ୍ରୀ ମେଟ୍‌ ଫ୍ରେଡେରିକ୍‌ସେନ୍‌ ମଧ୍ୟ କୋପେନ୍‌ହେଗେନ୍‌ସ୍ଥିତ ‘ବେଲା ସେଣ୍ଟର୍‌’ରେ ଉପସ୍ଥିତ ଥିଲେ। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବା ପୂର୍ବରୁ ସେ ଭାରତୀୟମାନଙ୍କର ଜଣେ ‘ବନ୍ଧୁ’ ବୋଲି ପରିଚୟ ଦେଇଥିଲେ।

ମିଳିତଭାବେ ପୃଥିବୀର ବିଭିନ୍ନ ସମସ୍ୟାର ସମାଧାନର ଉପାୟ କରିବା ଲାଗି ଡେନ୍‌ମାର୍କର ବନ୍ଧୁାମାନେ ଭାରତକୁ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ସମବେତ ଜନତା ‘ମୋଦୀ’, ‘ମୋଦୀ’ ଏବଂ ‘ମୋଦୀ ଥିଲେ ସବୁ ସମ୍ଭବ’ ବୋଲି ଚିତ୍କାର କରି କହୁଥିବା ବେଳେ ପ୍ରଧାମନ୍ତ୍ରୀ କହିଲେ, ଭାରତୀୟମାନେ ପୃଥିବୀର ଯେକୌଣସି ଦେଶକୁ ଯାଆନ୍ତୁ ନା, କାହିଁକି ସେ ଦେଶକୁ ଆପଣାର କର୍ମଭୂମୀ ବିଚାରି ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରନ୍ତି।

Also Read  ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଅଧିକାରୀ : ଏକକାଳୀନ ୬ ସ୍ଥାନରେ ଚଢ଼ାଉ