୬ରେ ଲଘୁଚାପ, ୧୦ରେ ଛୁଇଁବ

0
947
Odisha Is Well Prepared To Face Challenges Posed By Cyclone 'Montha'
Odisha Is Well Prepared To Face Challenges Posed By Cyclone 'Montha'

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖାପାଖ ଅଞ୍ଚଳରେ ଆଜି ସକାଳ ୫.୩୦ ସମୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ ଅନୁଯାୟୀ ବୁଧବାର ସୁଦ୍ଧା ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତ ଏବଂ ମେ ୬ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବ। ତେବେ ଏହି ବାତ୍ୟା ବଙ୍ଗୋପସାଗର ଭିତରେ ହିଁ ସୃଷ୍ଟି ହୋଇ ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଏହା ଆକଳନ କରିଛି। ଅନ୍ୟପକ୍ଷରେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହା ଗତିପଥ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ। ଗୋପାଳପୁରରୁ ଦୀଘା କିମ୍ବା ପାରଦ୍ବୀପରୁ ପୁରୀ ମଧ୍ୟରେ ସମ୍ଭବତଃ ଏହା ସ୍ଥଳଭାଗ ଛୁଇଁପାରେ। ତେବେ ବାତ୍ୟାର ତୀବ୍ରତା କମ୍ ରହିବ। ଉପକୂଳ ଛୁଇଁବାବେଳକୁ ଏହା ଦୁର୍ବଳ ହୋଇଯିବ। ଏହା ୮ରେ ବାତ୍ୟା ରୂପ ନେବ। ଓଡ଼ିଶା ଉପକୂଳରେ ୧୦ ତାରିଖ ସକାଳେ ଛୁଇଁବା ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବାବେଳକୁ ପବନ ବେଗ ଘଣ୍ଟାକୁ ୭୦ କିମି ପର୍ଯ୍ୟନ୍ତ କମିଯାଇଥିବ। ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

Also Read  ରେଭେନ୍ସା କ୍ରୀଡ଼ା ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ଛାତ୍ରଛାତ୍ରୀ : ସିଏମସିର ନୋଟିସ୍ ଜାରି