କଟକଣାରେ ଚାଲିବ ବିଧାନସଭା ଶୀତ ଅଧିବେଶନ : ୨୮ରୁ ୩୦ ଯାଏଁ ବିଧାୟକଙ୍କ କୋଭିଡ୍ ପରୀକ୍ଷା

0
585
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର: କୋଭିଡ୍ କଟକଣା ଭିତରେ ବିଧାନସଭା ଚାଲିବ । ଆସନ୍ତା ୧ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି ଏହି ଅଧିବେଶନରେ ମଧ୍ୟ କଟକଣା ଜାରି ରହିବ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ବାଚସ୍ପତିଙ୍କ ସୂଚନା ମୁତାବକ, ବିଧାନସଭାର ସଦସ୍ୟମାନେ ଗୃହରେ ବସିବା ସହିତ ବାଚସ୍ପତି ଗ୍ୟାଲେରି, ପବ୍ଲିକ ଗ୍ୟାଲେରି, ଲୋକସେବା ଭବନରୁ ଯୋଗ ଦେଇପାରିବେ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାୟିକାଙ୍କର କୋଭିଡ୍ ଟେଷ୍ଟ କରାଯିବ। ଖାଲି ସେତିକି ନୁହେଁ, ବିଧାୟକଙ୍କ ସହ ସମସ୍ତ ପିଏସଓ, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ। ଏଥିପାଇଁ ଆସନ୍ତା ୨୮,୨୯ ଓ ୩୦ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।

ବାଚସ୍ପତିଙ୍କ କହିବା କଥା, ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ବିଏମସି ତରଫରୁ ମଧ୍ୟ ବିଧାନସଭାକୁ ପ୍ରତିଦିନ ବିଶୋଧନ କରାଯିବ। ତେବେ ବିଧାନସଭା କେତେ ସମୟ ଚାଲିବ ସେନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ।

Also Read  ED conducts raid at NGO in Rs 231 Bank fraud case