ଭୁଶୁଡୁଛି ଲାଲ୍‌ବାହିନୀ, ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ

0
578

ମାଲକାନଗିରି : ଭୁଶୁଡୁଛି ଲାଲ୍‌ ବାହିନୀ। ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ। ପୋଲିସ ଡିଜି ସୁନୀଲ ବଂଶଲଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଏହି କ୍ରମରେ ଆଜି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତରେ ଥିବା ପୋଲିସ ଡିଜିଙ୍କ ନିକଟରେ ୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

Also Read  ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍; ଓପନ କରିପାରନ୍ତି ରୋହିତ-ପନ୍ତ ଯୋଡି