ମହାଭାରତ ଧାରାବାହିକ ରେ ‘ଭୀମ’ ଚରିତ୍ର ରେ ଅଭିନୟ କରିଥିବା ପ୍ରବୀଣ କୁମାର ଙ୍କ ଦେହାନ୍ତ

0
902
ମହାଭାରତ ଧାରାବାହିକ ରେ 'ଭୀମ' ଚରିତ୍ର ରେ ଅଭିନୟ କରିଥିବା ପ୍ରବୀଣ କୁମାର ଙ୍କ ଦେହାନ୍ତ
ମହାଭାରତ ଧାରାବାହିକ ରେ 'ଭୀମ' ଚରିତ୍ର ରେ ଅଭିନୟ କରିଥିବା ପ୍ରବୀଣ କୁମାର ଙ୍କ ଦେହାନ୍ତ

ଫେବୃଆରୀ ୮

ବହୁ ଚର୍ଚ୍ଚିତ ଟି ଭି ଧାରାବାହିକ ‘ମହାଭାରତ’ ର ଭୀମ ଚରିତ୍ର ରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବ୍ଟି ଆଉ ନାହାନ୍ତି I
ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଇଯାଇଛି | ରଘୁବୀର ଯାଦବ-ଅଭିନୀତ ‘ଚାଚା ଚୌଧୁରୀ’ ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ଆନନ୍ଦ ଦେଇଥିଲା I
କେବଳ ଟେଲିଭିଜନ ନୁହେଁ ହିନ୍ଦୀ ସିନେମା ରେ ମଧ୍ୟ ଅଭିନୟ କରି ସେ ବେଶ ଲୋକପ୍ରିୟ ହେଇଥିଲେ I ଜିତେନ୍ଦ୍ର ଙ୍କ ଫିଲ୍ମ ‘ମେରୀ ଆୱାଜ୍ ସୁନୋ’ ରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ I
ପରେ ପରେ, ସେ ଆକ୍ସନ୍ ଥ୍ରୀଲର ‘ରକ୍ଷା’ ‘ରେ ଅଭିନୟ କରିଥିଲେ, ଯାହା ଜେମ୍ସ ବଣ୍ଡ ଚଳଚ୍ଚିତ୍ର’ The Spy Who Loved Me ଦ୍ୱାରା ଅନୁପ୍ରାଣିତ ରିମେକ୍ ଥିଲା I
ଚଳଚିତ୍ର ଓ ସିନେମା ରେ ଅଭିନୟ କରିବା ପୂର୍ବରୁ, ସେ ଖେଳ ଦୁନିଆ ରେ ଖୁବ ସୁନାମ ପାଇଥିଲେ I

୬ ଫୁଟ ୫ ଇଞ୍ଚ ଉଚ୍ଚତା ଥିବା ପ୍ରବୀଣ କୁମାର ଡିସ୍କସ୍ ଥ୍ରୋ ଏବଂ ହାମର ଥ୍ରୋରେ ଭାରତ ପାଇଁ ପ୍ରତିନିଧିତ୍ବ କରି ତିନୋଟି ଏସିଆନ ଗେମ୍ସ ରେ ପୁରସ୍କୃତ ହେଇଥିଲେ I
୧୯୬୬, ୧୯୭୦ 1974 ଏସିଆନ ଗେମ୍ସ ରେ ସେ ଭାରତ ପାଇଁ ପୁରସ୍କାର ଅର୍ଜନ କରିଥିଲେ I

ସେ ଜାମାଇକର କିଙ୍ଗଷ୍ଟୋନ୍ ରେ ୧୯୬୬ ରେ ଅନୁଷ୍ଠିତ କମନୱେଲଥ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ I ସେହିପରି, ୧୯୬୮ ଏବଂ ୧୯୭୨ ମସିହାରେ ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ |

 

Also Read  ନୂପୁର ଶର୍ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ଅଗଷ୍ଟ ୧୦ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ

LEAVE A REPLY

Please enter your comment!
Please enter your name here