ମାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅକୁ ଆଜୀବନ ଜେଲ

0
1064
Death Penalty To Telangana Youth For Murdering A Boy Of 9-Years' Old
Death Penalty To Telangana Youth For Murdering A Boy Of 9-Years' Old

ମୁମ୍ବାଇ: ଯୌନ ରାକ୍ଷସ ପୁଅକୁ ଦୃଷ୍ଟାନ୍ତମୂଳକ ଦଣ୍ଡ। ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ। ନିଜ ମାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଅକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ମହରାଷ୍ଟ୍ରର ଗୋଣ୍ଡିଆ ଜିଲ୍ଲା ଏବଂ  ସେସନ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।  ଗତ ବର୍ଷ ଅଗଷ୍ଟ ମାସରେ ସମ୍ପୃକ୍ତ ଯୁବକ ନିଶାସକ୍ତ ହୋଇ ନିଜ ମାଙ୍କୁ ଦୁଷ୍କର୍ମ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସେସନ୍ ଜଜ୍‌  ସବିର ଅହମ୍ମଦଙ୍କୁ ଆଜୀବକାରାଦଣ୍ଡ ଦେବା ସହ ଅତିରିକ୍ତ  ୨୦୦୦ ଟଙ୍କା ଅତିରିକ୍ତ ଜରିମାନା କରିଛନ୍ତି ।

ସେହିପରି ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟାଇମ୍‌ସ୍‌ ଅଫ ଇଣ୍ଡିଆ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି।  ଏହି ଘଟଣାରେ  ରାୱାନାଭାଡ଼ି ପୁଲିସ ତଦନ୍ତ କରିଥିଲା। ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ  ଯଥେଷ୍ଟ ପ୍ରମାଣ ପତ୍ର ଥିଲା। ଯାହା କୋର୍ଟରେ ହାଜର କରାଯାଇ ପରୀକ୍ଷା କରାଯାଇଛି।  ଗତ ଜାନୁଆରୀ ୧୦ରେ କୋର୍ଟରେ ସାକ୍ଷ ପ୍ରମାଣ ପରୀକ୍ଷା କରାଯାଇଥିଲା।  ଜାନୁଆରୀ ୨୪ରେ ଅଭିଯୁକ୍ତର ବୟାନ ରେଡ଼ର୍କ କରାଯାଥିଲା। ଗତ ଜାନଆରୀ ୩୧ରେ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇଥିଲା।

Also Read  କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ