ଯେଉଁ ହସ୍ପିଟାଲ ରେ ସେ କର୍କଟ ରୋଗ ପାଇଁ ଚିକିତ୍ସା ହେଉଥିଲେ ..ସେଠାକୁ ପୁଣି ଗଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

0
754
ଯେଉଁ ହସ୍ପିଟାଲ ରେ ସେ କର୍କଟ ରୋଗ ପାଇଁ ଚିକିତ୍ସା ହେଉଥିଲେ ..ସେଠାକୁ ପୁଣି ଗଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ
ଯେଉଁ ହସ୍ପିଟାଲ ରେ ସେ କର୍କଟ ରୋଗ ପାଇଁ ଚିକିତ୍ସା ହେଉଥିଲେ ..ସେଠାକୁ ପୁଣି ଗଲେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ଜୁଲାଇ ୧୪
୨୦୧୮ ରେ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ଅଭିନେତ୍ରୀ ତଥା କର୍କଟ ବିରୁଦ୍ଧ ଲଢେଇ ରେ ଜିତିଥିବା ସୋନାଲି ବେନ୍ଦ୍ରେ ନିକଟରେ ନ୍ୟୁୟର୍କର ଡାକ୍ତରଖାନା ପରିଦର୍ଶନ କରିଥିଲେ ଯେଉଁଠାରେ ସେ ଚିକିତ୍ସିତ ହୋଇଥିଲେ।
ଚାରି ବର୍ଷ ପରେ ସେ ପୁନର୍ବାର ଡାକ୍ତରଖାନା ପରିଦର୍ଶନ କରିବା ଅବସରରେ ସେ ତାଙ୍କର ତିକ୍ତ ଅନୁଭୂତି କୁ ଲେଖିଛନ୍ତି I
ଡାକ୍ତରଖାନା ରେ ବସିଥିବା ସ୍ଥାନକୁ ଦେଖାଇ ସୋନାଲି ଲେଖିଛନ୍ତି: “ଏହି ଚେୟାର, ଏହି ଦୃଶ୍ୟ, ଏହି ସମାନ ସ୍ଥାନ … ୪ ବର୍ଷ ପରେ। ଭୟଙ୍କର ଆତଙ୍କ ଠାରୁ ଆରମ୍ଭ କରି ଆଶା ପର୍ଯ୍ୟନ୍ତ, ଅନେକ କିଛି ବଦଳିଛି ତଥାପି ବହୁତ ସମାନ ରହିଛି। ସେଠାରେ ବସି ରୋଗୀମାନଙ୍କୁ ଦେଖିବା ଖୁବ ହୃଦୟ ବିଦାରକ ଥିଲା | ଏବଂ ମୁଁ ଦେଖିପାରୁଥିଲି ଯେ ମୁଁ ମଧ୍ୟ ସମାନ ଅବସ୍ଥା ଦେଇ ଯାଇଥିଲି … ସେଇ କେମୋଥେରାପି ସୁଟ୍, ସେଇ ଅପେକ୍ଷା କକ୍ଷ, କିନ୍ତୁ ଚେହେରା ଅଲଗା ଥିଲା |

“ମୁଁ ଅନୁଭବ କରୁଥିଲି ସତେ ଯେମିତି ମୁଁ ରୋଗୀମାନଙ୍କୁ କହୁଛି..ଏଠାରେ ଅନେକ ଆଶା ଅଛି, ଏବଂ ମୁଁ କିନ୍ତୁ ଅନ୍ୟ ପାର୍ଶ୍ୱରେ ଅଛି ଏବଂ ମୋତେ ଦେଖ …ମୁଁ ଆଜି ଏଠାକୁ ଆସିଛି I ତୁମେ ଅନୁମାନ କରିପାର …ଅତୀତର ସେ ଦିନଗୁଡିକୁ….ସେ ତିକ୍ତତା ର ଦିନ …ଭାବପ୍ରବଣ ର ଦିନ I ମୁଁ ବାହାରକୁ ଗଲି, ମୋ ପୁଅକୁ ଆଖିରେ ଦେଖିଲି, ମୋ ମୁହଁରେ ସୂର୍ଯ୍ୟକିରଣ ପଡିଲା I ସବୁକିଛି ପାଇଁ ଏ ବିଶ୍ୱ…ଏ ଜଗତ କୁ ଧନ୍ୟବାଦ ଦେଲି। ”

ସୋନାଲି ବଲିଉଡ ର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ I ସୋନାଲି ୨୦୧୮ ରେ ଏକ ଟ୍ୱିଟ୍ ରେ ତାଙ୍କୁ ମେଟାଷ୍ଟାଟିକ୍ କର୍କଟ ହେବା ନେଇ ଜଣାଇଥିଲେ I ଏହି ସମୟରେ ସେ ଲେଖିଥିଲେ, “ବେଳେବେଳେ ଆମେ ଯାହାକିଛି ଭାବି ନ ଥାଉ ସେମିତିକିଛି ଘଟିଯାଏ …ଜୀବନ ଆପଣଙ୍କୁ ଏକ କର୍ଭବଲ୍ ଫୋପାଡି ଦେଇଥାଏ। ମୁଁ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ…ଯେଉଁଠାରୁ ଫେରିବା ସମ୍ଭବ ହୂଏନାହିଁ I ‘
କିନ୍ତୁ ଈଶ୍ୱରଙ୍କ ଇଛା ଏବଂ ନିଜର ଇଛାଶକ୍ତି ପାଇଁ ସେ ଆଜି ଭଲରେ ଅଛନ୍ତି I

Also Read  Veteran actress Kirron Kher mesmerised with the magic blend of Sambalpuri sarees at Mehers'