ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଛୁ !

0
730
ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଛୁ
ଦୁଇ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଛୁ

ଭୁବନେଶ୍ବର: ରାଜଧାନୀରେ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ନେଇ ବିବାହିତ ଟିଉସନ୍ ସାର୍ ଫେରାର ହୋଇଯାଇଥିବାର ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ରବିବାର (୧୯ ତାରିଖରେ) ଘରେ ଏକ ଚିଠି ଲେଖି ଦୁଇ ନାବାଳିକା ଛାତ୍ରୀ ଘରୁ ପଳାଇ ଯାଇଥିବାର ଅଭିଯୋଗ ହୋଇଛି। ନିଜ ସ୍ତ୍ରୀ ଆଉ ପିଲା ଥାଇ ବି ଦୁଇ ଛାତ୍ରୀଙ୍କୁ ନେଇକି ପଳାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ‌କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଟିଉସନ୍ ସାର୍ ଗୋପାଳକୃଷ୍ଣ ବାଡାତିୟ ଭୁବନେଶ୍ୱର ବଡଗଡର ଭାରତୀ ପରିଡାଙ୍କ ଦୁଇ ଝିଅଙ୍କୁ ନେଇକି ରବିବାର ଘରୁ ଫେରାର ହୋଇଯାଇଛନ୍ତି। ଏନେଇ ବଡଗଡ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ପତ୍ତା ମିଳିପାରିନାହିଁ।

ଏଣେ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଫେରାର ଘଟଣାରେ ପୁଲିସ ଅପହରଣ ମାମଲା ରୁଜୁ କରିଛି। ନାବାଳିକାଙ୍କୁ ଖୋଜିବା ପାଇଁ ଦୁଇଟି ଟିମ ଗଠନ ହୋଇଛି। ଏହାଛଡ଼ା ନାବାଳିକାଙ୍କ ଘରୁ ମିଳିଥିବା ହ୍ୟାଣ୍ଡନୋଟର ତଦନ୍ତ ଚାଲିଛି। ଉଭୟ ନାବାଳିକା ଉଚ୍ଚାଭିଳାଷୀ ଥିବା ଜଣାପଡୁଛି ବୋଲି ଏସିପି ରଜତ ରାୟ ସୂଚନା ଦେଇଛନ୍ତି।

Also Read  Odisha Witnesses Massive Growth Of Covid Cases In A Week