ରାଜ୍ୟରେ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ମାର୍ଗଦର୍ଶିକା

0
761
ରାଜ୍ୟରେ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ମାର୍ଗଦର୍ଶିକା

ଅକ୍ଟୋବର ୧୮

ରାଜ୍ୟରେ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା

ଆସନ୍ତା ଅକ୍ଟୋବର ୨୧ ତାରିଖରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବ। କୋଭିଡ ମହାମାରୀ ଯୋଗୁଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ। ଛାତ୍ରଛାତ୍ରୀ ମାନେ ଘରେ ରହି ପାଠ ପଢୁଥିଲେ I ଅନେକ ପିଲା ଅନଲାଇନ ରେ ପାଠ ପଢୁଥିଲେ I କିନ୍ତୁ ତାହା ସମସ୍ତଙ୍କ ପାଖରେ ଉପଲବ୍ଧ ହେଇପାରୁ ନ ଥିଲା I କିଛି କିଛି ପିଲା ପାଠ ଛାଡି ଦେଇଥିବାର ନଜିର ମଧ୍ୟ ରହିଛି I ତେଣୁ, ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ନିଷ୍ପତ୍ତି କୁ ପ୍ରାୟ ସବୁ ସ୍ତରରେ ସ୍ୱାଗତ କରାଯାଉଛି I ପିଲାମାନଙ୍କ ମନରେ ମଧ୍ୟ ଆନନ୍ଦ I

ସ୍କୁଲ ଖୋଲିବା ପୂର୍ବରୁ,ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ତାରିଖ ମଧ୍ୟରେ ଶିକ୍ଷକ ଓ ପରିଚାଳନା କମିଟି ବୈଠକ ବସିବ। ସ୍କୁଲ ପରିସର ର ପରିସ୍କାର ପାରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବ I ସ୍କୁଲ ଖୋଲାଯିବାର ପୂର୍ବ ଦିନ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ I

ସୂଚନା ଅନୁଯାୟୀ, ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି। କେବଳ ପିଲାମାନଙ୍କ ସହ ଆଲୋଚନା ହେବ। ଶିକ୍ଷକ ଓ ପରିଚାଳନା କମିଟି ପାଠପଢ଼ା ନେଇ ପିଲାଙ୍କ ସହ ଆଲୋଚନା କରିବେ I ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷା ଗ୍ରହଣ ନେଇ ଗୋଟିଏ ସ୍ତର ର ଆକଳନ ହେବ।

ଆକଳନ ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ କରାଯିବ।

ସ୍କୁଲରେ ଗୋଟିଏ ସୁନ୍ଦର ବାତାବରଣ ସୃଷ୍ଟି ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମାର୍ଗ ଦର୍ଶିତାରେ ଉଲ୍ଲେଖ ରହିଛି।

ଏହା ପୂର୍ବରୁ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାସରିଛି।

 

Also Read  Odisha Govt Introduces New Uniforms for Class 9 & 10