ରାଜ୍ୟରେ ୩ କୋଟିରୁ ଅଧିକ ପ୍ରଥମ ଡୋଜ ଟିକା ନେଲେଣି

0
471
Corona vaccination in all colleges of odisha

ଭୁବନେଶ୍ବର: ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସେ ଟୁଇଟରରେ ଲେଖିଛନ୍ତି, ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏଯାଏଁ ୩ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି।ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଶୀଘ୍ର ପ୍ରତିରୋପଣ ନିଶ୍ଚିତ କରିବାରେ ଆମର ସମସ୍ତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ନିରନ୍ତର ପ୍ରୟାସ ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରନ୍ତୁ।

ଏଣେ ରାଜ୍ୟରେ ଏବେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି। ସେଥିରୁ ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି। ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି, ଏହା ଭିତରେ ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି। ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ପ୍ରିକସନ ଡୋଜ। ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ଦିଆଯିବ। ଯିଏ ଯେଉଁ ଡୋଜ ନେଇଥିବ, ସିଏ ସେହି ଟିକା ନେବ। ଚାରିଆଡେ କରୋନା ବଢୁଛି। ସମସ୍ତଙ୍କୁ ପରାମର୍ଶ ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ।

Also Read  Attempt to loot IDBI ATM machine in Keonjhar, Odisha; miscreants injure security guard with knife