ହାସ୍ୟାଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ

0
188

ନୂଆଦିଲ୍ଲୀ: ୨୦୧୫ ମସିହାରେ ଆମେରିକାରେ ଏକ ଚୁକ୍ତି ଉଲ୍ଲଂଘନ କରିଥିବା ଅଭିଯୋଗରେ ହାସ୍ୟାଭିନେତା କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କପିଲଙ୍କୁ ସାଇ ୟୁଏସଏ କମ୍ପାନି ୬ଟି ସୋ’ ପାଇଁ ଅର୍ଥ ଦେଇଥିଲା। କିନ୍ତୁ ସେ ୫ଟି ସୋ’ କରିଥିଲେ। ତେବେ ଏବାବଦରେ କମ୍ପାନି ସହିଥିବା କ୍ଷତି ବାବଦ ଅର୍ଥ ସେ ଭରଣା କରିବେ ବୋଲି କହିଥିଲେ। କିନ୍ତୁ କମ୍ପାନି ପକ୍ଷରୁ ତାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଏହାକୁ ଶୁଣି ନଥିଲେ। ସାଇ ୟୁଏସଏ କମ୍ପାନି ନ୍ୟୁଜର୍ସିରେ ଅବସ୍ଥିତ। ଏହାର ପରିଚାଳନା ଅମିତ ଜେଟଲି କରୁଛନ୍ତି।

Also Read  ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କିଆରା, ରିଲେସନସିପ୍‌କୁ ନେଇ କହିଲେ ଏମିତି କିଛି

LEAVE A REPLY

Please enter your comment!
Please enter your name here