ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ

0
108

ଖୋର୍ଦ୍ଧା : ଖୋର୍ଦ୍ଧା- ନୟାଗଡ଼ ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଓଲଟିଲା ଘରୋଇ ବସ୍‌ ଲିଙ୍ଗରାଜ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ବସ୍‌ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ତେବେ ଦୁର୍ଘଟଣା କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

ଘଟଣାସ୍ଥଳରେ ବାଙ୍କୀ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ସହ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲାଇଥିବା ସୂଚନା ମିଳିଛି। ସୂଚନା ମୁତାବିକ, ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଲିଙ୍ଗରାଜ ନାମକ ଏକ ଘରୋଇ ବସ୍‌। ବାଘମାରୀ ସିମୋର ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଲା। ଦୁର୍ଘଟଣାରେ ବସ୍ ଭିତରେ ୨୦ ଯାତ୍ରୀ ଆହତ ହୋଇଛିନ୍ତ ପ୍ରଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ୍ ଫଟୋ ଜାରି କଲା ନାସା, ଦେଖନ୍ତୁ କେମିତି ଦେଖାଯାଉଛି ବ୍ରହ୍ମାଣ୍ଡ...

LEAVE A REPLY

Please enter your comment!
Please enter your name here