ରାଜ୍ୟରେ ଓମିକ୍ରନ ଚିନ୍ତା ବଢ଼ିଲା : କଟକଣା ନିଷ୍ପତ୍ତି ନେବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର

0
524
ରାଜ୍ୟରେ ଓମିକ୍ରନ ଚିନ୍ତା ବଢ଼ିଲା
ରାଜ୍ୟରେ ଓମିକ୍ରନ ଚିନ୍ତା ବଢ଼ିଲା

ଭୁବନେଶ୍ବର: କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ନେଇ ସମଗ୍ର ବିଶ୍ବରେ ଚିନ୍ତା ବଢ଼ିଛି। ଏହି ସଂକ୍ରମଣ ଚିହ୍ନଟ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏକ ମାସ ଭିତରେ ୯୦ଟି ଦେଶକୁ ବ୍ୟାପି ସାରିଛି। ଭାରତରେ ଏହା ଓଡ଼ିଶା ସମେତ ୧୪ ରାଜ୍ୟରେ ଚିହ୍ନଟ ହୋଇଛି। କେନ୍ଦ୍ର ସରକାର ଓମିକ୍ରନ୍‌ ନେଇ ରାଜ୍ୟମାନଙ୍କୁ ସତର୍କ ସୂଚନା ଦେଇ ସାରିଛନ୍ତି। ଓମିକ୍ରନ୍‌ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ସରକାରଙ୍କ ବୈଠକ ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, କଟକଣା ବଢାଇବାକୁ ଜିଲ୍ଲାପାଳ, ମୁନିସିପାଲ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ଥିତି ଦେଖି ଜିଲ୍ଲାପାଳ ମାନେ କଟକଣା ଲାଗୁ କରିପାରିବେ। ସେହିପରି ସର୍ଭେଲାନ୍ସ ବଢାଇପାରିବେ। ରାଜ୍ୟରେ ଏବେ ବି ବହୁତ ଲୋକ କରୋନା ଟିକା ନେଇ ନାହାନ୍ତି। ତେଣୁ ବାକି ଥିବା ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ନିର୍ଦେଶ ଦେଇଛନ୍ତି। ଜିନମ ସିକ୍ୟୁସ୍ବିଂ ବଢାଇବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଆରଟିପିସିଆର ପଜିଟିଭ ଓ ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନମ ସିକ୍ୟୁଏନ୍ସ କରାଯିବ। ସେହିପରି ନୂଆବର୍ଷ ପାଇଁ ମଧ୍ୟ ଗାଇଡଲାଇନ୍‌ ଆସିପାରେ। ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟ ହେବା ପର୍ଯ୍ୟନ୍ତ ତୁରନ୍ତ ଅଲଗା ରଖିବାକୁ ନିର୍ଦେଶ ହୋଇଛି।

Also Read  Odisha CM's 15-Point Formula To Make The Government Machinery More Egile And People-Oriented