ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

0
608
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ବର: ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ ଆସିଛି, କେସ ଡବଲିଙ୍ଗ କମିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏବେ ରାଜ୍ୟରେ ୮୮ ହଜାର ଆକ୍ଟିଭ କେସ ରହିଛି କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି, ଯାହା ଆମ ପାଇଁ ଆଶାସ୍ୱନାର ବିଷୟ। ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ପଡି ନାହିଁ। ଆଇସିୟୁରେ ମଧ୍ୟ ରୋଗୀ ନାହାନ୍ତି, ଅକ୍ସିଜେନ ଆବଶ୍ୟକତା ନ ଥିବାରୁ ସାମଗ୍ରିକ ଭାବରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଚାରୋଟି ଜିଲ୍ଲା ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ ଏବଂ ସମ୍ବଲପୁରରେ ସଂକ୍ରମଣ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ଟିମକୁ ସର୍ଭେଲାନ୍ସ ବଢେଇବାକୁ କୁହାଯାଇଛି। ଓମିସିଓର କିଟ ଏକ ସାମ୍ପୁଲ ଷ୍ଟଡି। ଆଇସିଏମର ମଧ୍ୟ କହିଛି ଓମିକ୍ରନ ଜାଣିଲେ ଟ୍ରିଟମେଣ୍ଟରେ କୌଣସି ଫରକ ପଡୁନାହିଁ। ଟ୍ରିଟମେଣ୍ଟ ସମାନ, ଏହା କେବଳ ଏପିଡେ଼ମିକ ଷ୍ଟଡି ପାଇଁ ବ୍ୟବହାର କରଯାଉଛି।

Also Read  Jaroili Station manager under CBI arrest for taking bribe