ରାଜ୍ୟରେ ଖସୁଛି କରୋନା ଗ୍ରାଫ : ୫ ହଜାର ୮୯୧ ଆକ୍ରାନ୍ତ ଚିହ୍ନଟ

0
352
ରାଜ୍ୟରେ ଖସୁଛି କରୋନା ଗ୍ରାଫ
ରାଜ୍ୟରେ ଖସୁଛି କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । କ୍ରମାଗତ ଭାବରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୮୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୫୨ ଜଣ ଅଛନ୍ତି। ସେହିପରି ୩,୪୧୩ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୪୭୮ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୦୦ ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ସୁନ୍ଦରଗଡ଼ରୁ ୫୦୧, କଟକରୁ ୪୮୨, ଷ୍ଟେଟ୍‌ପୁଲ୍ ୨୯୯, ବାଲେଶ୍ୱରରୁ ୨୩୪, ଯାଜପୁରରୁ ୨୧୯, ମୟୂରଭଞ୍ଜରୁ ୨୧୮,ନୟାଗଡ଼ରୁ ୨୦୫, କଳାହାଣ୍ଡିରୁ ୧୮୮, ସମ୍ବଲପୁରରୁ ୧୫୮, ବଲାଙ୍ଗିରରୁ ୧୩୮, କେନ୍ଦୁଝରରୁ ୧୩୭ ଓ  ଢେଙ୍କାନାଳରୁ ୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୬, ବରଗଡ଼ରୁ ୮୫, ଭଦ୍ରକ ୯୪,  ବୌଦ୍ଧ ୯୩, ଦେବଗଡ଼ ୬୧, ଗଜପତି ୯୬, ଗଞ୍ଜାମ ୭୫, ଜଗତସିଂହପୁର ୧୦୮, ଝାରସୁଗୁଡ଼ା ୩୫, କନ୍ଧମାଳ ୭୩, କେନ୍ଦ୍ରାପଡ଼ା  ୧୧୪, କୋରାପୁଟ୧୨୮, ମାଲକାନଗିରି ୫୨, ନବରଙ୍ଗପୁର ୯୫, ନୂଆପଡ଼ା ୫୬, ପୁରୀ ୬୩, ରାୟଗଡ଼ା ୧୨୫ ଓ ସୋନପୁର ୨୦ରୁ  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨କୁ ପହଞ୍ଚିଥିବା ବେଳେ ୧୧ ଲକ୍ଷ୩୧,୯୧୭ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୭ ହଜାର ୩୪୦ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୩୨କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୭ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଓ କେନ୍ଦ୍ରାପଡାରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

Also Read  Asian Athletics Championship to be hosted in Odisha capital; AFI officials inspect Kalinga Stadium and other facilities

LEAVE A REPLY

Please enter your comment!
Please enter your name here