ରାଜ୍ୟରେ ପୁଣି ୨ ଓମିକ୍ରନ୍ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଲା , କେଉଁଁଠି ଜାଣନ୍ତୁ ?

0
629

ବନେଶ୍ବର: ଆଜି ରାଜ୍ୟରେ ପୁଣି ୨ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି। ସେଦୁହେଁ ନାଇଜେରିଆ ଫେରନ୍ତା। ଉଭୟେ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଗରୁ ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଥିଲେ। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଛନ୍ତି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।

ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି। ଓମିକ୍ରିନ ନେଇ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି। ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବା ବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି। ଓମିକ୍ରିନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେଵାକୁ ପଡ଼ିବ। ଟିକା ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବା ନାହି। ଏତିକି କଲେ କେଶ ଲୋଡ୍ କମ ରହିବ ଓ ଆମେ ନିରାପଦ ରହିବା।

Also Read  CNG Tanker Leaks in Bhubaneswar