ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

0
531
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

କଟକ: ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ଗତ କିଛି ଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଡାକ୍ତର ତାଙ୍କୁ ୭ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।

ସୁସ୍ଥ ହୋଇଥିବା ନାଇଜେରିଆ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ଜଣକ ଜଗତସିଂହପୁର ଜିଲ୍ଲାର। ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ସେ ଘରକୁ ଫେରିଛନ୍ତି। କଟକର ଏକ ହୋଟେଲରୁ ତାଙ୍କୁ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜିକୁ ୧୪ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହେବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଓମିକ୍ରନର ମୁକାବିଲା ଘରୋଇ ହସ୍ପିଟାଲରେ ସଫଳତାର ସହ କରାଯାଇଛି ବୋଲି ବିଶିଷ୍ଟ କୋଭିଡ ପଲମୋନୋଲୋଜିଷ୍ଟ ଡାକ୍ତର ସମ୍ପଦ ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏନେଇ ଆଇଏଲଏସ୍ ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଥିଲା। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଥିଲେ। ସେ ଦୁଇ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଅଛି। କେହି ଗୁରୁତର ନାହାନ୍ତି। ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର। ଦୁଇ ଜଣ ପୁରୁଷ। ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧। ଏହା କହିଥିଲେ ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା।

ଏହାପରେ ପୁଣି ୨ ନାଇଜେରିଆ ଫେରନ୍ତା ଓମିକ୍ରନ୍ ଚିହ୍ନଟ ହୋଇଥିଲେ। ଉଭୟେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବାର ସୂଚନା ଦେଇଥିଲେଆଇଏଲଏସ୍ ନିର୍ଦେଶକ ଅଜୟ ପରିଡ଼ା। ପୁଣି ଗତକାଲି ୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ରାଜ୍ୟରେ ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଏମାନଙ୍କ ଭିତରୁ ଜଣେ ମାତ୍ର ସୁସ୍ଥ ହୋଇଛନ୍ତି।

Also Read  Kendujhar: Chief Engineer in Vigilance Net