ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ : ଫୁଲବାଣୀ ସବୁଠାରୁ ଥଣ୍ଡା ସହର

0
1374

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨୪ ଘଣ୍ଟା ଶୀତ ଲହରି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ତଳେ ରହିବ। ତେବେ ୩୧ ତାରିଖରୁ  ରାତ୍ରି ତାପମାତ୍ରା ବଢ଼ିବ ବୋଲି ଜଣାଯାଇଛି। ଫେବ୍ରୁଆରି ୪ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ।

ଭାରତ ପାଣିପାଗ ବିଭାଗର (ଆଇଏମଡି) ଆଞ୍ଚଳିକ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି। ଫୁଲବାଣୀ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ଏହା ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଏଣେ  ଦାରିଙ୍ଗବାଡ଼ିରେ ରାତ୍ରି ତାପମାତ୍ରା ୭ ଡିଗ୍ରି ସେଲସିୟସ ଥିଲା।

ଏହାଛଡ଼ା କେନ୍ଦୁଝରରେ ୬.୪, ବୌଦ୍ଧରେ ୮.୫,ସୋନପୁରରେ ୭.୯, ଭବାନୀପାଟଣାରେ ୯, ଝାରସୁଗୁଡ଼ାରେ ୭.୬, ବଲାଙ୍ଗୀର ଓ କୋରାପୁଟରେ ୯ ଏବଂ ହୀରାକୁଦରେ ୯.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।

Also Read  Subhadra Phase-3 Funds to be Credited by November End