ରେକର୍ଡ ଭାଙ୍ଗୁଛି କୋଭିଡ୍ ସଂକ୍ରମଣ : ୫% ଟପିଲା ରାଜ୍ୟର ଟିପିଆର୍

0
392
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ଗତ ୫ ତାରିଖରେ ରାଜ୍ୟରେ କୋଭିଡ୍ ଟେଷ୍ଟ ପଜିଟିଭ୍ ରେଟ୍ ୧.୭୭ ପ୍ରତିଶତ ଥିଲା । ମାତ୍ର ୫ ଦିନ ଭିତରେ ସଂକ୍ରମଣ ବଢ଼ିବା ସହ ଟିପିଆର୍ (ଟେଷ୍ଟ ପଜିଟିଭ୍ ରେଟ୍) ୫.୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ହଜାର ୭୧୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ପଜିଟିଭ ଅଛନ୍ତି।

ତେବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ୫.୧୫ ପ୍ରତିଶତ ରହିଥିବା ବେଳେ ୩ ଜିଲ୍ଲା ଚିନ୍ତାର କାରଣ ସାଜିଛି । ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ରାଜ୍ୟ ଠାରୁ ୨ ଗୁଣ ଅଧିକ ରହିଛି । ଖୋର୍ଦ୍ଧାରେ ଟେଷ୍ଟ ପଜିଟିଭ୍ ରେଟ୍ ୧୧.୯ ପ୍ରତିଶତ ରହିଥିବା ବେଳେ ସମ୍ବଲପୁରରେ ୧୦.୯ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୦.୬ ପ୍ରତିଶତ ରହିଛି । ଅର୍ଥାତ୍ ଏସବୁ ଜିଲ୍ଲାରେ କୋଭିଡ୍ ଟେଷ୍ଟ କରୁଥିବା ପ୍ରତି ଶହେ ଜଣରେ ୧୦ରୁ ଅଧିକ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

Test Positivity

ଏବେ ଖୋର୍ଦ୍ଧା ଜିଲ୍ଲାରେ ୫ ହଜାର ୬୭୧ଟି ସକ୍ରିୟ କୋଭିଡ୍ ମାମଲା ଥିବାବେଳେ ସୁନ୍ଦରଗଡ଼ରେ ୨୨୧୬, ସମ୍ବଲପୁରରେ ୧୨୯୪ ଓ କଟକରେ ୧୨୫୮ ସକ୍ରିୟ କେସ୍ ରହିଛି । ଖୋର୍ଦ୍ଧା କୋଭିଡ୍ ରେଡ୍ ଜୋନରେ ଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି । କଟକରେ ଚିପିଆର୍ ୫.୦୯ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ାରେ ୫.୬୯ ପ୍ରତିଶତ ଓ ପୁରୀରେ ୩.୮୧ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୨ ଜଣ, ବାଲେଶ୍ବର ଜିଲ୍ଲାରୁ ୧୨୩ ଜଣ, ବରଗଡ଼ରୁ ୫୬ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରୁ ୯୯ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୩୬୦ ଜଣ, ଦେବଗଡ଼ରୁ ୩୬ ଜଣ, ଢେଙ୍କାନାଳରୁ ୯ ଜଣ, ଗଞ୍ଜାମରୁ ୭୦ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୮୩ ଜଣ, ଝାରସୁଗୁଡ଼ାରୁ ୧୫୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, କେନ୍ଦୁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୧୬୧୯ ଜଣ, କୋରାପୁଟରୁ ୬୫ ଜଣ,ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୧୧୩ ଜଣ, ନବରଙ୍ଗପୁରରୁ ୩୭ ଜଣ, ନୟାଗଡ଼ରୁ ୩୪ ଜଣ, ନୂଆପଡ଼ାରୁ ୩୨ ଜଣ, ପୁରୀରୁ ୧୧୯ ଜଣ, ରାୟଗଡ଼ାରୁ ୩୧ ଜଣ, ସମ୍ୱଲପୁରରୁ ୪୩୭ ଜଣ, ସୋନପୁରରୁ ୪୬ ଜଣ, ସୁନ୍ଦରଗଡ଼ରୁ ୬୬୨ ଜଣ ଓ ଷ୍ଟେଟ ପୁଲରୁ ୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Also Read  ବିନା ହେଲମେଟରେ ବୁଲିବା ପଡିଲା ମହଙ୍ଗା: ହଜାରେ ଟଙ୍କା ଫାଇନ୍‌ ଗଣିଲେ ମନ୍ତ୍ରୀ ଓ ବିଧାୟକ !

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୦ ହଜାର ୮୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୧୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬ ହଜାର ୧୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୬ ହଜାର ୧୧୭ ଜଣ ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ମୋଟ ୮ ହଜାର ୪୬୮ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି ।