ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
1122
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫେବୃଆରୀ ୧୮
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବା ଗୁଜବ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜନସାଧାରଣ ଆଜି ଲିଙ୍ଗରାଜ ମହାପ୍ରଭୁ ଦର୍ଶନ କରିବା ସମୟ ରେ ଦେଖାଦେଇଛନ୍ତି I
ମନ୍ଦିର କୁ ପ୍ରବେଶ କରିବା ସମୟ ରେ ସେ ଖୁବ ଫିଟ ଲାଗୁଥିଲେ I କାର ରୁ ଓହ୍ଲାଇ ସେ ଖୁବ ଫୁର୍ତ୍ତି ର ସହ ଅନ୍ୟ ମାନଙ୍କ ସହ ମନ୍ଦିର ଭିତରକୁ ଯାଇଥିଲେ I
ମନ୍ଦିର ମଧ୍ୟରେ ବେଢା ମଧ୍ୟ ପରିକ୍ରମା କରୁଥିବାର ଦେଖାଯାଉଥିଲା I ପରେ ପରେ ସେ ସେବାୟତ ଙ୍କ ସହଯୋଗ ରେ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ପୂଜାର୍ଚନା କରିଥିଲେ I ମନ୍ଦିର ପରିସର ମଧ୍ୟରେ ସେ ସେବାୟତ ଏବଂ ଅନ୍ୟମାନଙ୍କ ସହ ଏକାମ୍ର ପ୍ରକଳ୍ପ ଏବଂ ଶୈବ କ୍ଷେତ୍ର ର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ I
ମନ୍ଦିର ରୁ ଫେରିବା ସମୟ ରେ ଅପେକ୍ଷାରତ ସାମ୍ବାଦିକ ଙ୍କୁ ହସି ହସି ସ୍ୱାଗତ କରିବା ସହ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ I ଜଣେ ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ରେ ସେ କହିଥିଲେ, ନିର୍ବାଚନ ଆସିଲେ..ତାଙ୍କ ସ୍ୱାସ୍ଥ୍ୟ କୁ ନେଇ କିଛି ଗୁଜବ ହୁଏ …ସେ କିନ୍ତୁ ସମ୍ପୂର୍ଣ ସୁସ୍ଥ ଅଛନ୍ତି …ଖୁସି ଅଛନ୍ତି…ଏବଂ ସବୁବେଳେ ଓଡ଼ିଶାର ଜନସାଧାରଣଙ୍କ ସେବା ପାଇଁ ପ୍ରସ୍ତୁତ ଅଛନ୍ତି I

Also Read  One More Medical College To Be Inaugurated By Odisha CM