ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କରୋନା : ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେନାହିଁ

0
662

ପୁରୀ : ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗଜପତି ମହାରାଜା ତେଣୁ ସେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକ୍ରମରେ ଯୋଗଦେଇପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ। ଗଜପତିଙ୍କ ଅନୁପସ୍ଥିିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀମନ୍ଦିର ସିଂହ ଦ୍ୱାର ଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯିବା କାର୍ଯ୍ୟକ୍ରମ ରହିଛି ।

ଆଜି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତାଙ୍କୁ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ସ୍ୱାଗତ କରିବାର କାର୍ଯ୍ୟକ୍ରମ ଥିଲା। ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶିଷ୍ଟମାନଙ୍କର ଆଜି କରୋନା ପରୀକ୍ଷା କରାଯାଇଥିଲା। ଏହି କ୍ରମରେ ଗଜପତି ମହାରାଜାଙ୍କର ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ଗଜପତିଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ତେଣୁ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ତେବେ ଗଜପତି ମହାରାଜା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନାହାନ୍ତି। ସେ ବର୍ତ୍ତମାନ ପାଇଁ ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବେ।

Also Read  ASHA Worker Abducted And Gang-Raped In Odisha's Paradip City