ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି ଦାବିକଲେ ମହିଳା

0
814
ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି ଦାବିକଲେ ମହିଳା
ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି ଦାବିକଲେ ମହିଳା

ମାର୍ଚ୍ଚ ୧୧
ବଲିଉଡର ଅଭିନେତା ଓ ନିର୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣା ଏକ ନୂଆ ମୋଡ ନେଇଛି I ଦିଲ୍ଲୀ ର ଜଣେ ବ୍ୟବସାୟୀଙ୍କ ପତ୍ନୀ ବୋଲି ଦାବି କରୁଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ କୌଶିକଙ୍କୁ ୧୫ କୋଟି ତାଙ୍କ ପାଇଁ ହତ୍ୟା କରିଛନ୍ତି I

ମହିଳା ଜଣକ ଦିଲ୍ଲୀ ପୋଲିସ କମିସନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ କୌଶିକ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ଟଙ୍କା ଇନଭେଷ୍ଟମେଣ୍ଟ ପାଇଁ ଦେଇଥିଲେ I ସେ ସେହି ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ ଏବଂ ତାଙ୍କ ସ୍ୱାମୀ ତାହା ଦେଉ ନ ଥିଲେ I

ସେ ଅଭିଯୋଗ କରିଛନ୍ତି ଯେ କୌଶିକଙ୍କୁ କିଛି ବଟିକା ଦେଇ ହତ୍ୟା କରାଯାଇଛି ଯାହା ତାଙ୍କ ସ୍ୱାମୀ ଯୋଗାଡ କରିଥିଲେ I

ଏହାପୂର୍ବରୁ ଶନିବାର ଦିନ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ଯେ ସେମାନେ ଦିଲ୍ଲୀର ଫାର୍ମହାଉସରୁ କିଛି ‘ଔଷଧ’ ପାଇଛନ୍ତି ଯେଉଁଠାରେ ୬୬ ବର୍ଷିୟ ଅଭିନେତା ମୃତ୍ୟୁ ପୂର୍ବରୁ ଏକ ପାର୍ଟୀରେ ଯୋଗ ଦେଇଥିଲେ।

ମହିଳା ଜଣକ ଦାବି କରିଛନ୍ତି ଯେ ସେ ମାର୍ଚ୍ଚ ୧୩, ୨୦୧୯ ରେ ତାଙ୍କର ଏହି ବ୍ୟବସାୟୀଙ୍କ ସହିତ ବିବାହ ହେଇଥିଲା ଏବଂ ତାଙ୍କ ସ୍ୱାମୀ ଙ୍କ ମାଧ୍ୟମରେ ସେ କୌଶିକଙ୍କ ସହିତ ପରିଚିତ ହୋଇଥିଲେ ଏବଂ କୌଶିକ ସେମାନଙ୍କୁ ନିୟମିତ ଭାବେ ଭାରତ ଏବଂ ଦୁବାଇରେ ଭେଟିଥିଲେ।

ସେ ଦାବି କରିଛନ୍ତି ଯେ ଅଗଷ୍ଟ ୨୩, ୨୦୨୨ ରେ କୌଶିକ ଦୁବାଇରେ ଥିବା ସେମାନଙ୍କ ଘରକୁ ଯାଇ ତାଙ୍କ ସ୍ୱାମୀଙ୍କଠାରୁ ୧୫ କୋଟି ଟଙ୍କା ମାଗିଥିଲେ।

ସେ ତାଙ୍କ ଏଫ ଆଇ ଆର ରେ ଲେଖିଛନ୍ତି ଯେ’ ସେ ଦିନେ ଡ୍ରଇଂ ରୁମରେ ଉପସ୍ଥିତ ଥିଲେ ଯେଉଁଠାରେ ଉଭୟ କୌଶିକ ଏବଂ ତାଙ୍କ ସ୍ୱାମୀ ଯୁକ୍ତିତର୍କ କରିଥିଲେ। କୌଶିକ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ତାଙ୍କ ଫେରାଇବାକୁ କହିଥିଲେ I କୌଶିକ ଏହା ମଧ୍ୟ କହିଥିଲେ ଯେ ସେହି ଟଙ୍କାକୁ ଏ ପର୍ଯ୍ୟନ୍ତ କୌଣସି ବିନିଯୋଗ କରାଯାଇ ନାହିଁ କିମ୍ବା ତାଙ୍କ ଟଙ୍କା ଫେରସ୍ତ କରାଯାଇ ନାହିଁ ଯେଉଁଥିପାଇଁ ସେ ଠକି ଯାଇଛନ୍ତି ବୋଲି ଅନୁଭବ କରୁଛନ୍ତି I

ଦୁବାଇରେ ଏକ ପାର୍ଟୀରେ ନିଆଯାଇଥିବା ବ୍ୟବସାୟୀ ଏବଂ କୌଶିକଙ୍କ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ପୁଅ ମଧ୍ୟ ପାର୍ଟିରେ ଉପସ୍ଥିତ ଥିଲେ।

ସେ ଆହୁରି କହିଛନ୍ତି, “ମୋ ସ୍ୱାମୀ କୌଶିକଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ଶୀଘ୍ର ଟଙ୍କା ଫେରସ୍ତ କରିବେ। ମୁଁ ଯେତେବେଳେ ମୋ ସ୍ୱାମୀଙ୍କୁ ପଚାରିଲି କ’ଣ ହେଲା, ସେ କହିଥିଲେ ଯେ କୋଭିଡ ମହାମାରୀ ସମୟରେ ସେ କୌଶିକଙ୍କ ଟଙ୍କା ହରାଇଛନ୍ତି। ମୋର ସ୍ୱାମୀ ଏହା ମଧ୍ୟ କହିଛନ୍ତି ଯେ ସେ କୌଶିକ ଙ୍କ ଠାରୁ ମୁକ୍ତି ପାଇବାକୁ ଯୋଜନା କରୁଛି I
ଅଭିଯୋଗରେ ଦର୍ଶାଯାଇଛି ଯେ ଟଙ୍କାକୁ ନେଇ ବ୍ୟବସାୟୀ ଜଣକ ୨୪ ଅଗଷ୍ଟ ୨୦୨୨ ରେ କୌଶିକଙ୍କ ସହ ତୀବ୍ର ଯୁକ୍ତିତର୍କ କରିଥିଲେ।

Also Read  Entertainment: Fitness lover of Bollywood, Tiger Shroff: New Brand Ambassador of Garnier Men

‘ବର୍ତ୍ତମାନ ମୁଁ କୌଶିକଙ୍କ ମୃତ୍ୟୁ ଖବର ପଢ଼ିଲି । ମୋର ସମ୍ପୂର୍ଣ୍ଣ ସନ୍ଦେହ ହେଉଛି ଯେ ମୋର ସ୍ୱାମୀ ହିଁ ତାଙ୍କ ସହଯୋଗୀମାନଙ୍କ ସହ ଷଡଯନ୍ତ୍ର କରି ଡ୍ରଗ୍ସ ଦେଇ କୌଶିକଙ୍କୁ ହତ୍ୟା କରିଛନ୍ତି । ‘

ତେବେ ସମ୍ପୃକ୍ତ ପୋଲିସ ଅଧିକାରୀ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।