ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ: ସ୍ୱାମୀ ଥାନାରେ ଅଟକ

0
541

ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା ମଧ୍ୟରେ ) ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବି (୪୫)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି। ଖବର ପାଇ ପାଟକୁରା ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମନାନକୁ ପାଟକୁରା ଥାନାରେ ଅଟକ ରଖିଛି।

ହାଣିଥିବା ରକ୍ତଲଗା କୁରାଢ଼ୀ ସେହି ଘର ମଧ୍ୟରେ ରହିଛି। ସାଇଣ୍ଟିଫିକ୍ ଟିମ ଆସିଲେ ତଦନ୍ତ ଆଗେଇବ ବୋଲି ପାଟକୁରା ଥାନା ଆଇଆଇସି ସରୋଜ ସାହୁ କହିଛନ୍ତି। ତେବେ ପଡ଼ୋଶୀଙ୍କ ଠାରୁ ମନାନର ମୁଣ୍ଡ ଖରାପ ବୋଲି ସୂଚନା ମିଳିଛି। ପୂର୍ବରୁ ସେ ନିଜେ ଦଇଡ଼ି ଦେଇଥିଲା, ନିଜ ଘରେ ନିଆଁ ଲଗାଇଥିଲା ବୋଲି ପଡ଼ୋଶୀ କହନ୍ତି। ତେବେ ସେ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ୧୫, ୨୦ ଓ ୨୨ ବର୍ଷର ୩ ଟି ପୁଅ ଅଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Also Read  ରଥଯାତ୍ରା ପାଇଁ ଲାଗିବ ୨୩୬ ସିସିଟିଭି, ଆଗୁଆ ସରିବ ରଥ ନିର୍ମାଣ