ୟୁକ୍ରେନ ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଙ୍କ ସହ କଥା ହେଲେ

0
1506
last-20-per-cent-arrears-of-the-seventh-pay-commission to be-paid

ଫେବୃଆରୀ ୨୫/ ୟୁକ୍ରେନରେ ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ଚିଂତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସେ ଏ ବିଷୟ ରେ କଥା ହେଇଛନ୍ତି I
ତେବେ ଫସି ରହିଥିବା ସବୁ ଭାରତୀୟ ନାଗରିକ ଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଥିବା ସଂପର୍କରେ ସୂଚନା ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହା।
କେନ୍ଦ୍ର ସରକାର ଏ ନେଇ ୟୁକ୍ରେନ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖୁଛନ୍ତି ବୋଲି ଗୃହମନ୍ତ୍ରୀ କହିଥିଲେ I
ୟୁକ୍ରେନ ଉପରେ ରୁଷିଆ ର ଆକ୍ରମଣ ଫଳରେ ୟୁକ୍ରେନ ବେସାମରିକ ବିମାନ ଉଡାଣ ପାଇଁ ଏହାର ଆକାଶପଥ କୁ ବନ୍ଦ କରିଦେଇଛି I ତେଣୁ, ଭାରତ ଏହାର ନାଗରିକ ମାନଙ୍କୁ ଉଦ୍ଧାର କରିପାରି ନାହିଁ I ତେବେ, ଭାରତୀୟ ନାଗରିକ ଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଗୃହମନ୍ତ୍ରୀ I
ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର I

ସୂଚନା ଯୋଗ୍ୟ ଯେ, ୟୁକ୍ରେନରେ ବହୁ ସଂଖ୍ୟାରେ ଓଡ଼ିଆ ଛାତ୍ରଛାତ୍ରୀ ଏମବିବିଏସ୍ ପଢୁଛନ୍ତି। ସେମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି I
ୟୁକ୍ରେନରେ ଫସିଥିବା ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।

 

Also Read  Odisha CM orders judicial probe into missing Ratna Bhandar keys