ୟୁକ୍ରେନ ର ପ୍ରଥମ ସାହସୀ ମହିଳା ପ୍ରଧାନମନ୍ତ୍ରୀ ୟୁଲିଆ କୁ ମନେ ପକାଉଛନ୍ତି ଦେଶବାସୀ

0
941
ୟୁକ୍ରେନ ର ପ୍ରଥମ ସାହସୀ ମହିଳା ପ୍ରଧାନମନ୍ତ୍ରୀ ୟୁଲିଆ କୁ ମନେ ପକାଉଛନ୍ତି ଦେଶବାସୀ
ୟୁକ୍ରେନ ର ପ୍ରଥମ ସାହସୀ ମହିଳା ପ୍ରଧାନମନ୍ତ୍ରୀ ୟୁଲିଆ କୁ ମନେ ପକାଉଛନ୍ତି ଦେଶବାସୀ

ଫେବୃଆରୀ ୨୪/ୟୁଲିଆ ଟେମୋସେନକୋଭା ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ। ସେ ଦୁଇଥର ୟୁକ୍ରେନର ପ୍ରଧାନମନ୍ତ୍ରୀ ଥିଲେ। ଏହି ପଦବୀରେ ଥିବାବେଳେ ସେ ରୁଷିଆ ବିରୋଧରେ ଖୋଲାଖୋଲି କହୁଥିଲେ I
ସେ ସବୁବେଳେ ପାଶ୍ଚାତ୍ୟ ଦେଶଗୁଡିକ ସହ ଉତ୍ତମ ସମ୍ପର୍କ ପାଇଁ ଯୁକ୍ତି କରୁଥିଲେ I ୟୁଲିଆ ଚାହୁଁଥିଲେ ଯେ ୟୁକ୍ରେନକୁ ନାଟୋରେ ଅନ୍ତର୍ଭୁକ୍ତ କରାଯାଉ।

ଆଜି ୟୁଲିଆ ଙ୍କୁ ମନେ ପକାଉଛନ୍ତି ୟୁକ୍ରେନ ର ଜନସାଧାରଣ I ରୁଷିଆ ତାଙ୍କୁ ଭୟଭୀତ କରିବାରେ ସଫଳ ହେଇ ନ ଥିଲା I ସେ ସବୁବେଳେ କହୁଥିଲେ, ବିନା ଯୁଦ୍ଧ ରେ ରୁଷିଆ କୁ ଗୋଟିଏ ଇଞ୍ଚ ଜମି ମଧ୍ୟ ଦିଆଯିବନାହିଁ I ବର୍ତ୍ତମାନର ୟୁକ୍ରେନ ସଙ୍କଟ ପରେ ସେଠାକାର ଲୋକମାନେ ସେମାନଙ୍କର ସାହସୀ ମହିଳା ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଉଛନ୍ତି I ସେମାନେ ଅନୁଭବ କରୁଛନ୍ତି ଯେ ଯଦି ୟୁଲିଆ ଆଜି ଦେଶର ନେତୃତ୍ୱ ନେଉ ଥାନ୍ତେ, ତେବେ ଦେଶରେ ଏ ପରିସ୍ଥିତି ଉପୁଜି ନ ଥାନ୍ତା I

ୟୁଲିଆ ୟୁକ୍ରେନର ଗ୍ୟାସ୍ କୁଇନ୍ ଭାବରେ ଜଣାଶୁଣା | ସେଠାରେ ତାଙ୍କର ଏକ ବଡ ଗ୍ୟାସ ବ୍ୟବସାୟ ଥିଲା | ତାଙ୍କୁ ୟୁକ୍ରେନର ଅନ୍ୟତମ ସଫଳ ବ୍ୟବସାୟୀ ମହିଳା ଭାବରେ ଗଣାଯାଇଥିଲା | ପରେ ସେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଖୁବ୍ ଶୀଘ୍ର ସେ ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ | ସେ ୨୦୦୫ ରେ କିଛି ମାସ ପାଇଁ ଏବଂ ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ୟୁକ୍ରେନର ପ୍ରଧାନମନ୍ତ୍ରୀ ହୋଇଥିଲେ।
୨୦୦୪ ନିର୍ବାଚନରେ ​​ରୁଷିଆର ସମର୍ଥକ Viktor Yushnkov ଜିତିଥିଲେ। ୟୁଲିଆଙ୍କ ସମେତ ଅନ୍ୟ ବିରୋଧୀଦଳର ନେତାମାନେ ଭିକ୍ଟରଙ୍କୁ ନିର୍ବାଚନରେ ଚଂଚକତା କରି ଭୋଟ ହାତେଇଥିବା ନେଇ ଅଭିଯୋଗ କରିଥିଲେ I ସେହିଠାରୁ ଦେଶରେ ଆରମ୍ଭ ହେଇଥିଲା ”କମଳା ବିପ୍ଳବ’ I ୟୁଲିଆଙ୍କ ପାର୍ଟିର ପତାକା କମଳା ରଙ୍ଗର ଥିଲା ଏବଂ ଭିକ୍ଟରଙ୍କ ବିରୋଧରେ ତାଙ୍କ ପାର୍ଟି ଆଗରେ ଥିଲା। ଯେଉଁଥିପାଇଁ ଏହି ଆନ୍ଦୋଳନର ନାମ ହେଲା ‘କମଳା ବିପ୍ଳବ’ |
ଏହି ଆନ୍ଦୋଳନରେ ୟୁଲିଆ ଏକ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ | ଏହି ଆନ୍ଦୋଳନ ୟୁକ୍ରେନରେ ବହୁତ ସମର୍ଥନ ପାଇଲା | ଶେଷରେ ଭିକ୍ଟରଙ୍କୁ ଦେଶ ଛାଡି ରୁଷିଆ କୁ ପଳାଇଥିଲେ I
୨୦୧୦ ରେ, ୟୁଲିଆ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭିକ୍ଟର ଙ୍କ ଠାରୁ ସେ ମାତ୍ର ୩.୩% ଭୋଟ କାମ ପାଇଥିଲେ I
Viktor Yushnkov ରାଷ୍ଟ୍ରପତି ହେବା ମାତ୍ରେ ୟୁଲିଆଙ୍କ ଖରାପ ଦିନ ଆରମ୍ଭ ହୋଇଥିଲା | ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ, ରୁଷ ସହ ହେଇଥିବା ଏକ ଗ୍ୟାସ ଚୁକ୍ତିରେ ଦୁର୍ନୀତି କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ରାଷ୍ଟ୍ରପତି Viktor Yushnkov I ପରେ ତାଙ୍କୁ ଗିରଫ ମଧ୍ୟ କରିଥିଲେ I ସେ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଜେଲରେ ଥିଲେ।
ସେ ଜେଲରେ ମଧ୍ୟ ଅନେକ ନିର୍ଯାତନା ସହିଥିଲେ। ଜେଲରେ ଥିବାବେଳେ ସେ ୟୁରୋପୀୟ ୟୁନିଅନ୍ ଏବଂ ଆମେରିକା ସମେତ ବହୁ ଦେଶର ସମର୍ଥନ ପାଇଥିଲେ।
୨୦୦୫ ରେ, ୟୁଲିଆ ଫୋର୍ବସ୍ ମାଗାଜିନ ଦ୍ୱାରା ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ତୃତୀୟ ସ୍ଥାନରେ ଥିଲେ I

Also Read  ଆଜି ହେରାପଞ୍ଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା' ଲକ୍ଷ୍ମୀ ଠାକୁରାଣୀ

LEAVE A REPLY

Please enter your comment!
Please enter your name here