୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: 38 ଦୋଷୀଙ୍କୁ ମୃତ୍ୟୁଦଣ୍ଡ, 11 ଜଣଙ୍କୁ ଆଜୀବନ କାରାଦଣ୍ଡା

0
709
୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: 38 ଦୋଷୀଙ୍କୁ ମୃତ୍ୟୁଦଣ୍ଡ, 11 ଜଣଙ୍କୁ ଆଜୀବନ କାରାଦଣ୍ଡା
୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: 38 ଦୋଷୀଙ୍କୁ ମୃତ୍ୟୁଦଣ୍ଡ, 11 ଜଣଙ୍କୁ ଆଜୀବନ କାରାଦଣ୍ଡା

ଫେବୃଆରୀ ୧୮
୨୦୦୮ ମସିହା ରେ ଘଟିଥିବା ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ଶୀଘ୍ର ବିଚାର ପାଇଁ ନିଯୁକ୍ତ ଏକ ସ୍ୱତନ୍ତ୍ର ଅଦାଲତ ଶୁକ୍ରବାର ଦିନ ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ପାଇଁ ନିର୍ଦେଶ ଦେଇଛନ୍ତି I

ଏହି ମାମଲାରେ ଗିରଫ ହୋଇଥିବା ୭୭ ଜଣଙ୍କ ମଧ୍ୟରୁ ୨୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏବଂ ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସ୍ୱତନ୍ତ୍ର ଅଦାଲତ ଏହି ଐତିହାସିକ ରାୟ ରେ 38 ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ କୋର୍ଟ 1 ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ 50,000 ଟଙ୍କା ଏବଂ ଅଳ୍ପ ଆହତଙ୍କ ପାଇଁ 25,000 ଟଙ୍କା ପ୍ରଦାନ କରିଛନ୍ତି।

ଏଥିସହ କୋର୍ଟ ଦୋଷୀମାନଙ୍କୁ ମୋଟ 2.85 ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଜୁଲାଇ ୨୬, ୨୦୦୮ ରେ ସହରର ବିଭିନ୍ନ ଅଂଚଳ ରେ ୨୦ ଟି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫୬ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ୨୪୬ ଜଣ ଆହତ ହେଇଥିଲେ ।

ଫେବୃଆରୀ ୮ ରେ, ଏହି ମାମଲାରେ କୋର୍ଟ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Also Read  ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ: ଚଢ଼ା ଦରରେ ଚାଲିଛି ବେପାର