ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ ନୂଆ ଇସ୍ପାତ କାରଖାନା

0
145
12-new-steel-plants-will-be-established-in-odisha

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା । ଏବେ ରାଜ୍ୟରେ ୫୧ଟି ଇସ୍ପାତ କାରଖାନା ଥିବା ବେଳେ ଆଗକୁ ଆହୁରି ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି । ତେବେ ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ଟି କାରଖାନା । ସେହିପରି ଅନୁଗୋଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ରାଜ୍ୟରେ ବର୍ତ୍ତମାନ ୫୧ ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଥିବା ସରକାର ସୂଚନା ଦେଇଛନ୍ତି ।

Also Read  ବୀରଭୂମ ହିଂସାକାଣ୍ଡ ଘଟଣା ପାଇଁ ରାଜ୍ୟସଭାରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲୀ

LEAVE A REPLY

Please enter your comment!
Please enter your name here