ଗାଡି ଚଢାଇବା ମାମଲା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ

0
483
mla-prashant-jagaddev-gets bail

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ୍ । ବାଣପୁର ବ୍ଲକ୍ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ବିଧାୟକଙ୍କୁ ଜାମିନ ମିଳିଛି । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଥିବା ତାଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ବିଧାୟକ ପ୍ରଶାନ୍ତ ଜଗଦେବ। ଯଦି ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ। ୫ ଜଣଙ୍କଠାରୁ ଅଧିକ ଲୋକଙ୍କୁ ନେଇ କୌଣସି ସମାବେଶ କରିପାରିବେ ନାହିଁ ବୋଲି ସର୍ତ୍ତ ରଖି ଜାମିନ ମଞ୍ଜୁର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢ଼େଇ ଦେଇଥିଲେ ବିଧାୟକ ଶ୍ରୀ ଜଗଦ୍ଦେବ। ତା’ପରେ ଲୋକେ ତାଙ୍କୁ ନିସ୍ତୁକ ପିଟିଥିଲେ। ଫଳରେ ସେ ଆହତ ହୋଇଥିଲେ ଓ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୨୨ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

Also Read  Honey Bee Attack During Congress Protest