ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଟମାଟୋ ଫ୍ଲୁ ବା ଏଚଏଫଏମଡି ବା ହ୍ୟାଣ୍ଡ, ଫୁଟ୍ ଓ ମାଉଥ୍ ଡିଜିଜ୍ ରୋଗ । ଏ ନେଇ ସୂଚନା ଦେଇଛି ରାଜ୍ୟ ସରକାର । ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି HFMD କହିବା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି । ରାଜ୍ୟର ମୋଟ ୩୬ଟି ନମୁନା ଆରଏମଆରସିକୁ ପଠାଯାଇଥିଲା । ଯେଉଁଥିରୁ ୨୬ଜଣ ଶିଶୁ ଏଚଏଫଏମଡି ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ତେବେ ଏହି ରୋଗ ସହ ଟମାଟୋ ଫ୍ଲୁ’ର କୌଣସି ସମ୍ପର୍କ ନଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୨୬ ଆକ୍ରାନ୍ତଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ୱରରୁ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ଜଣ ଓ କଟକରୁ ୨ ଜଣ ଅଛନ୍ତି। ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର। ସମସ୍ତେ ଭଲ ଅଛନ୍ତି । ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ ନଜର ରଖିଛନ୍ତି।
ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ପିଲାର ହାଇଡ୍ରେସନ ମେଣ୍ଟେନ ରଖିବା । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।