ରାଜ୍ୟରେ ପୁଣି ୨୧ ଆକ୍ରାନ୍ତଙ୍କ ମୃତ୍ୟୁ : ଦୈନିକ ସଂକ୍ରମଣ ୧୪୮୦ ଚିହ୍ନଟ

0
425

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି କରୋନାରେ ଆଉ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୪୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ପିଲା ।

ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୧୮କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ଜଣ ମୃତକ ଅଛନ୍ତି। ଅପରପକ୍ଷରେ ଖୋର୍ଦ୍ଧା, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି।ବାଲେଶ୍ବର, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏଣେ କନ୍ଧମାଳର ଏକ ୧୦ ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୭୨ ଜଣ, ବାଲେଶ୍ୱରରୁ ୩୪ ଜଣ, ବରଗଡ଼ରୁ ୨୫ ଜଣ, ଭଦ୍ରକରୁ ୨୦ ଜଣ, ବଲାଙ୍ଗୀରରୁ ୩୭ ଜଣ, ବୌଦ୍ଧ ଜିଲ୍ଲାରୁ ୩୬, କଟକରୁ ୧୩୩ ଜଣ, ଦେବଗଡ଼ରୁ ୨୭ ଜଣ, ଢେଙ୍କାନାଳରୁ ୧୩ ଜଣ, ଗଜପତିରୁ ୪୩, ଗଞ୍ଜାମରୁ ୨୭ ଜଣ, ଜଗତସିଂହପୁରରୁ ୪୩ ଜଣ, ଯାଜପୁରରୁ ୭୩ ଜଣ, ଝାରସୁଗୁଡ଼ାରୁ ୩୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୪୯ ଜଣ, କେଉଁଝରରୁ ୩୪ ଜଣ, ଖୋର୍ଦ୍ଧାରୁ ୧୬୩ ଜଣ, କୋରାପୁଟରୁ ୫୮ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୫୯ ଜଣ, ନୂଆପଡ଼ାରୁ ୫୭ ଜଣ, ପୁରୀରୁ ୩୭ ଜଣ, ରାୟଗଡ଼ାରୁ ୪୭ ଜଣ, ସମ୍ୱଲପୁରରୁ ୨୧ ଜଣ, ସୋନପୁରରୁ ୨୭, ସୁନ୍ଦରଗଡ଼ରୁ ୧୩୯ ଜଣ ଓ ଷ୍ଟେଟ ପୁଲରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୩, ୦୦୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୪୮, ୧୫୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୫, ୯୮୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Border unified inter-state check gates except one at Nalda to be abolished from Apr 1, 2017: Odisha Fin Minister