ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୨୮ ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

0
507
28-sluice-gates-opened of-hirakud

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଏବେ ସୁଦ୍ଧା ମୋଟ୍ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ବନ୍ୟା ଆଶଙ୍କା ନେଇ ଖୋଦ୍ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି। ଯଦିଓ ସେ ଗତକାଲି କହିଥିଲେ ଯେ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢୁଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ଏହାସହ ଡ୍ୟାମରେ ବର୍ତ୍ତମାନର ଜଳସ୍ତର ୬୧୭.୦୮ ଫୁଟ୍ ରହିଛି ।

ଇଆଇସି ଶ୍ରୀ ମିଶ୍ର କହିଛନ୍ତି, ଯଦି ମହାନଦୀର ଉପର ମୁଣ୍ଡରେ ଆଉ ଅଧିକ ଜଳ ଛଡ଼ାଯାଏ ସ୍ୱଳ୍ପ ବନ୍ୟା ଆସିପାରେ। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି। ହୀରାକୁଦରେ ଅଧିକ ଗେଟ୍ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି। ୧୫ ତାରିଖ ସକାଳ ୮ଟା ସୁଦ୍ଧା ବନ୍ୟା ଜଳ ମୁଣ୍ଡଳି ଅତିକ୍ରମ କରିବ। ଏହି ସମୟରେ ଏଠାରେ ୭ ଲକ୍ଷରୁ ୮ ଲକ୍ଷ କ୍ୟୁସେକ୍ ଜଳ ଅତିକ୍ରମ କରିପାରେ। ୨୮ଟିରୁ ଅଧିକ ଗେଟ୍ ଖୋଲା ହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ତେଣୁ ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନମାନଙ୍କୁ କୁହାଯାଇଛି।

Also Read  Panchayat Polls: 36,779 candidates have won uncontested: SEC