ବିହାରରେ ବିଷାକ୍ତ ମଦ ପିଇ ୭ ମୃତ, ୧୫ ଗୁରୁତର

0
306
ଓଡିଶାରେ ମଦ ଉପରେ ପ୍ରତିବନ୍ଧକ ଲାଗିବା ନେଇ ଚର୍ଚ୍ଚା

ଛାପରା: ଗୁଜରାଟ ପରେ ବିହାରରେ ମଧ୍ୟ ବିଷାକ୍ତ ମଦର ବିଭୀଷିକା । ବିଷାକ୍ତ ମଦ ପିଇ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୫ ଜଣ ଅସୁସ୍ଥ ହୋଇପଡିଛନ୍ତି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ବିଷାକ୍ତ ମଦ ଯୋଗୁଁ ଆଉ କିଛି ଲୋକ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି । ସରାନର ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନାଙ୍କ ସୂଚନା ଅନୁଯାୟୀ, ସମସ୍ତ ମାମଲା ମେକର ପୋଲିସ ଷ୍ଟେସନ ଅଧୀନରେ ଥିବା ଗ୍ରାମରୁ ଆସିଛି।

ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନା କହିଛନ୍ତି, ଗ୍ରାମବାସୀମାନେ ବିଷାକ୍ତ ମଦ ପିଇଥିଲେ। ଏଠାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି, ଗୁରୁତର ଅସୁସ୍ଥ ୧୦ ଜଣ ଲୋକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଇଛି।

ବେଆଇନ ମଦ ତିଆରି କରୁଥିବା ଲୋକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ସରନ ପୋଲିସ ଅଧୀକ୍ଷକ ସାନ୍ତୋଷ କୁମାର କହିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରୁ ବିହାରରେ ୫୦ରୁ ଅଧିକ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଥିଲେ।

ନିକଟରେ ଗୁଜରାଟରେ ମଧ୍ୟ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଥିଲା । ବିଷାକ୍ତ ମଦ ପିଇ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Also Read  'NDA Govt Approved Infra Projects Worth Rs 3 lakh cr in First 100 Days'