ଅଡୁଆରେ ବିଶ୍ବ ସୁନ୍ଦରୀ: ହରନାଜ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଉପସାନା ସିଂ

0
544
upasana-singh-moves-court-against-miss-universe-harnaaz-sandhu

ଚଣ୍ଡିଗଡ଼: ଅଡୁଆରେ ବିଶ୍ବ ସୁନ୍ଦରୀ । ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ହରନାଜ ସନ୍ଧୁଙ୍କ ନାଁରେ ଅଭିଯୋଗ କରିଛନ୍ତି ପଞ୍ଜାବୀ ସିନେ ପ୍ରଯୋଜକ ଉପାସନା ସିଂ । ଉପସାନା ସିଂହ ହରନାଜ୍ ସନ୍ଧୁଙ୍କ ଉପରେ ତାଙ୍କ ପ୍ରଡକ୍ସନ୍‌ର ଫିଲ୍ମକୁ ନେଇ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହରନାଜଙ୍କୁ ମଧ୍ୟ କ୍ଷତିପୂରଣ ମଗାଯାଇଛି। ଗୁରୁବାର ଦିନ ଉପାସନା ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି। ଫିଲ୍ମ ପ୍ରମୋସନ ପାଇଁ ହରନାଜ ଚୁକ୍ତି କରିଥିବା ବେଳେ ଏବେ ସମୟ ଦେଉ ନଥିବାରୁ ଉପାସନା ଆଇନର ଆଶ୍ରୟ ନେଇଛନ୍ତି ।

ଉପାସନାଙ୍କ ପଞ୍ଜାବୀ ସିନେମା ‘ବାଇ ଜୀ କୁଟ୍ଟାଙ୍ଗ’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହରନାଜ । ହେଲେ ସିନେମାର ପ୍ରମୋଶନ ପାଇଁ ସେ ଚୁକ୍ତି କରିଥିଲେ ବି ସମୟ ଦେଉନାହାନ୍ତି । ଉପାସନାଙ୍କ ସନ୍ତୋଷ ଏର୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଆଉ ଏକ ଫିଲ୍ମରେ ବି ହରନାଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Also Read  ଆଜିଠୁ ଖୋଲିଲା ଶ୍ରୀମନ୍ଦିର