ପେଗାସସ ମାମଲା : ଗୁଇନ୍ଦାଗିରି ଲାଗି ଅନୁମତି ମିଳିବନି

0
480
ପେଗାସସ ମାମଲା
ପେଗାସସ ମାମଲା

ତଦନ୍ତ ପାଇଁ ବିଶେଷେଜ୍ଞ କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆରଭି ରବିନ୍ଦ୍ରନ

ନୂଆଦିଲ୍ଲୀ, ୨୭ା୧୦: ସାଧାରଣ ଲୋକଙ୍କ ଉପରେ ଗୁଇନ୍ଦାଗିରି ପାଇଁ ଅନୁମତି ଦିଆଯିବ ନାହିଁ । “ପେଗାସସ’ ମାମଲାର ତଦନ୍ତ ଲାଗି ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଆରଭି ରବିନ୍ଦ୍ରନ ।

“ପେଗାସସ’ ମାମଲାର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି କହିଲେ, ଏହି କମିଟିର ସଦସ୍ୟ ହେବା ପାଇଁ ଆମେ ଖ୍ୟାତନାମା ବିଶେଷଜ୍ଞମାନଙ୍କୁ ଚୟନ କରିଛୁ। ସେ ବିଶେଷଜ୍ଞମାନଙ୍କର ‘ସାଇବର୍‌ ସିକ୍ୟୁରିଟି’ ଏବଂ ‘ଫୋରେନ୍‌ସିକ୍‌’ ବିଦ୍ୟାରେ ଜ୍ଞାନ ଅଛି। ଏହି ତିନିଜଣିଆ ସଦସ୍ୟବିଶିଷ୍ଟ କମିଟିର ମୁଖ୍ୟ ହେବେ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ଆର୍‌ଭି ରବିନ୍ଦ୍ରନ। ଏଥିରେ ଅନ୍ୟତମ ସଦସ୍ୟ ରହିବେ ଆଲୋକ ଯୋଶୀ।

୮ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ସୁପ୍ରିମ୍‌ କୋର୍ଟ ଉକ୍ତ କମିଟିକୁ କହିଛନ୍ତି। ତେଣୁ, ଏହି ମାମଲାର ତ୍ୱରିତ ତଦନ୍ତ କରିବା ଲାଗି କମିଟିକୁ ଅନୁରୋଧ କରାଯାଇଛି। ଅଦାଲତ ତତ୍ତ୍ୱାବଧାନରେ ‘ପେଗାସସ୍‌ ସ୍ପାଇେଓ୍ଵର୍‌’ କେଳେଙ୍କାରୀର ତଦନ୍ତ ଦାବି କରି ଦାଖଲ ହୋଇଥିବା କିଛି ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଏହି କମିଟି ଗଠନ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମନା ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଏହି ମାମଲାରେ ତିନୋଟି ପୃଥକ୍‌ ପିଟିସନ୍‌ ଶୁଣାଣି କରିଥିଲେ।

ସୂଚନାଯୋଗ୍ୟ, ଇଜ୍ରାଏଲୀୟ ‘ସ୍ପାଇେଓ୍ଵର୍‌ ପେଗସସ୍‌’ ବ୍ୟବହାର କରି କେତେକ ପ୍ରସିଦ୍ଧ ନାଗରିକ, ରାଜନୀତିଜ୍ଞ ଏବଂ ସାମ୍ବାଦିକମାନଙ୍କ ଉପରେ ‘କେନ୍ଦ୍ରୀୟ ଏଜେନ୍‌ସି’ ଗୁଇନ୍ଦାଗିରି କରିଥିବା କଥା ଅଭିଯୋଗ ଓ ପ୍ରଘଟ ହେବା ପରେ ସର୍ବସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

Also Read  File ATRs on abuse of children in shelter homes, SC tells Centre, states