ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

0
551
ଆଜି ମେଲାଣି ନେବେ ମା’
ଆଜି ମେଲାଣି ନେବେ ମା’

ଭୁବନେଶ୍ୱର, ୨୯ା୧୧ : ଆଜି ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯିବ ମେଲାଣି। କୋଭିଡ ଗାଇଡଲାଇନ ଅନୁସାରେ ସହରର ୩୮ଟି ପୂଜା କମିଟି ପର୍ଯ୍ୟାୟ କ୍ରମେ ନିରାଡମ୍ବର ଭାବେ ମା’ ଗଜଲକ୍ଷ୍ମୀଙ୍କ ଭସାଣ କରିବେ।

ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଏହି ଭସାଣି କରିବା ପାଇଁ ପ୍ରଶାସନ ଓ ମିଳିତ ବଜାର ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଶୋଭାଯାତ୍ରା ନ କରାଯାଇ ଘଣ୍ଟ, ଶଙ୍ଖ ବଜାଇ ମାଆଙ୍କୁ ମେଲାଣି ଦିଆଯିବ।

ଭସାଣି ପାଇଁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ପୁଷ୍କରିଣୀ କରାଯାଇଛି। ଏହି ପୁଷ୍କରିଣୀରେ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ କରାଯିବ। ସୂଚନାଯୋଗ୍ୟ, ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ସମ୍ପୂର୍ଣ୍ଣ ଫିକା ହୋଇଯାଇଥିଲା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ପୂଜା କରାଯାଇଥିଲା। ଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଇଥିଲେ ମା’ ।

Also Read  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ