କେମିତି କୁବେର ହେଲେ ପୁଲିସ ଅଧିକାରୀ ? ୧୦ ଜାଗାରେ ଭିଜିଲାନ୍ସ ରେଡ

0
533
ପୁଲିସ ଅଧିକାରୀଙ୍କ ୧୦ ଜାଗାରେ ଭିଜିଲାନ୍ସ ରେଡ
୧୦ ଜାଗାରେ ଭିଜିଲାନ୍ସ ରେଡ

ସିଜ ହେଲାଣି ୩୮ଲକ୍ଷ ୧୨ ହଜାର ୯୦୦ଟଙ୍କା….

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। କେଉଁଠି ପୂରା ଆପାଟମେଣ୍ଟର ମାଲିକ ତ କେଉଁଠି ରହିଛି ସୁଉଚ୍ଚ ଅଟ୍ଟାଳିକା। ବିଭିନ୍ନ ଜାଗାରେ ଅଛି ମାଳ, ମାଳ ବିଲ୍ଡିଂ । ରାଜଧାନୀ ଭୁବନେଶ୍ୱରରେ ଖାଲି ୪ଟି ଜାଗାରେ ରହିଛି ଆଖି ପାଉ ନ ଥିବା ପରି ବିଲ୍ଡିଂ । ବାସୁଦେବପୁରଠାରେ ଭଡା ଲାଗିଥିବା ଏହି ଆପାର୍ଟମେଣ୍ଟ ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚାଲିଛି ରେଡ । ସିଜ ହେଲାଣି ୩୮ଲକ୍ଷ ୧୨ ହଜାର ୯୦୦ଟଙ୍କା ।

ବାବୁଙ୍କ ପାଖରେ ସମ୍ପତ୍ତି ଏତେ ପରିମାଣର ଅଛି ଯେ, ଭିଜିଲାନ୍ସକୁ ଦେଖି ବାହାରକୁ ଫୋପାଡ଼ି ଦେଇଛନ୍ତି ପୁଳା ପୁଳା ଟଙ୍କା। ଆଇଆରସି ଭିଲେଜର ୪୧୬ ନମ୍ବର ଘର ରେଡ୍ ବେଳେ ଏକ ପେଟିରେ ଭର୍ତ୍ତି ପ୍ରାୟ ୩୮ ଲକ୍ଷ ଟଙ୍କା ବାବୁ ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ପେଟି ଭର୍ତ୍ତି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ୧୦ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । ଭୁବନେଶ୍ୱର ଜୟଦେବବିହାର ସ୍ଥିତ ୬ ତାଲା ବିଶିଷ୍ଟ ଘରେ ରେଡ୍ । ଖଣ୍ଡଗିରି ସରକନ୍ତରାସ୍ଥିତ ଭଡ଼ା ଘର, ଜୟଦେବବିହାରସ୍ଥିତ ନରେନ୍ଦ୍ର ଭିଲ୍ଲା, ଭଦ୍ରକ ବାଲିସାହିର ୩ ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆସ୍ଥିତ ନିଜ ଘର, ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର କାର୍ଯ୍ୟାଳୟରେ ଚାଲିଛି ରେଡ୍ । ପ୍ରତାପଙ୍କର ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ ନିଜସ୍ୱ ଆପାର୍ଟମେଣ୍ଟରେ ମଧ୍ୟ ରେଡ ଚାଲିଛି।

ପ୍ରଥମେ ଭିଜିଲାନ୍ସ ବିଭାଗ ପକ୍ଷରୁ ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସମ୍ପତ୍ତିର ସନ୍ଧାନ ମିଳିଥିଲା। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠାର ସନ୍ଧାନ ମିଳିଥିବା ବେଳେ ଆଇଆରସି ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।ଜଣେ ଡିଏସପିଙ୍କ ନେତୃତ୍ୱରେ ୧୧ଜଣିଆ ଟିମ ଚଢ଼ାଉ କରି ଆପାର୍ଟମେଣ୍ଟ ସମ୍ପତ୍ତିର ଆକଳନ କରୁଛନ୍ତି ।

Also Read  ପୁରୀ ଗଜପତିଙ୍କ କନିଷ୍ଠା କନ୍ୟାଙ୍କ ବାହାଘର ଆଜି : କେଉଁଠି ବିବାହ ହେବ ପଢ଼ନ୍ତୁ... ?

LEAVE A REPLY

Please enter your comment!
Please enter your name here