ପୋଷା କୁକୁର କେମିତି ହେଲା କରୋନା ଆକ୍ରନ୍ତ ? ଜାଣନ୍ତୁ….

0
381
ପୋଷା କୁକୁର
ପୋଷା କୁକୁର

ନୂଆଦିଲ୍ଲୀ: ମଣିଷଙ୍କ ପରେ ଗୃହ ପାଳିତ ପଶୁଙ୍କୁ ଆକ୍ରନ୍ତ କରିଛି କରୋନା । ବ୍ରିଟେନରେ ଏକ ପୋଷା କୁକୁର ଶରୀରରୁ କରୋନା ଭାଇରସ ଚିହ୍ନଟ ହେବାପରେ ଚିନ୍ତା ବଢ଼ି ଯାଇଛି। ଗତ ବୁଧବାର ଏକ ବୟାନରେ ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଚିକିତ୍ସା ଅଧିକାରୀଙ୍କ କହିବାନୁସାରେ, ନଭେମ୍ବର ୩ ରେ ୱେବ୍ରିଜ୍ର ଆନିମଲ ଆଣ୍ଡ ପ୍ଲାଣ୍ଟ ହେଲଥ ଏଜେନ୍ସି ଲାବୋରେଟୋରୀରେ ପରୀକ୍ଷା ପରେ ପୋଷା କୁକୁରରେ ଏହି ସଂକ୍ରମଣ ଥିବା ନିଶ୍ଚିତ ହୋଇଥିଲା। କୁକୁର ଧୀରେଧୀରେ ସୁସ୍ଥ ହେଉଛି। ସମସ୍ତ ଉପଲବ୍ଧ ପ୍ରମାଣରୁ ଜଣାପଡିଛି ଯେ କୁକୁରଟି ତାର ମାଲିକମାନଙ୍କଠାରୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛି।

କିଛିଦିନ ତଳେ ଆମେରିକାର ଉତ୍ତର କେରୋଲିନାରେ ଏକ ପୋଷା କୁକୁର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଗବେଷକଙ୍କ କହିବାନୁସାରେ, ଏହା ଆମେରିକାର ପ୍ରଥମ କୁକୁର ଯିଏ କି କରୋନା ସଂକ୍ରମିତ ହୋଇଥିଲା । ଏହି କୁକୁରଟି ମ୍ୟାକକ୍ଲେନ ପରିବାରର ସଦସ୍ୟ ଥିଲା । ଏହି ପରିବାରର ତିନିଜଣ ସଦସ୍ୟ ସେମ୍ ମ୍ୟାକକ୍ଲେନ୍, ପତ୍ନୀ ହୀଥର ଓ ତାଙ୍କ ପୁଅ ବେନ୍ ଗତ ମାସରେ କରୋନା ସମ୍ବନ୍ଧୀୟ ଏକ ଗବେଷଣାରେ ସାମିଲ ହୋଇଥିଲେ । ପରିବାର ଲୋକେ ନିଜ କୁକୁରର ବି ପରୀକ୍ଷା କରାଇଥିଲେ । ଏହାପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

Also Read  Covid-19: India reports 18,132 new cases; lowest single-day infections in last 215 days