ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ପ୍ରବଳ ବିରୋଧ କରିବ କଂଗ୍ରେସ : କହିଁକି ଜାଣନ୍ତୁ?……

0
274
ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ପ୍ରବଳ ବିରୋଧ କରିବ କଂଗ୍ରେସ
ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ପ୍ରବଳ ବିରୋଧ କରିବ କଂଗ୍ରେସ

ଭୁବନେଶ୍ୱର: ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ମମିତା ମେହେର ପ୍ରସଙ୍ଗରେ ବିରୋଧୀ ରଣହୁଙ୍କାର ଦେଇଛନ୍ତି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହକୁ ପ୍ରବେଶ କରାଇଦେବୁ ନାହିଁ । ବାଚସ୍ପତିଙ୍କୁ ଆମେ ଅନୁରୋଧ କରିବୁ ଯାହାଙ୍କ ନାମରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ରହିଛି ତାଙ୍କୁ ଗୃହ ଭିତରକୁ ନପୂରାଇବାକୁ । ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତାହେଲେ ଆମେ ପ୍ରବଳ ବିରୋଧ କରିବୁ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟାରେ କହିଛନ୍ତି ।

SANTOSH

ଦିବ୍ୟଶଙ୍କର ମିଶ୍ର ଯଦି ମମିତା ମହେର ପ୍ରସଙ୍ଗରେ ବିବୃତି ରଖିବେ ବିଧାନସଭା କଳଙ୍କିତ ହେବ । ତାଙ୍କ ପରିବାର ଲୋକ କ୍ୟାପେଟେନ ଦିବ୍ୟଶଙ୍କର ନାମରେ ଅଭିଯୋଗ ଆଣିଛନ୍ତି । ଯଦି ଏହା ସତ୍ତ୍ୱେ ବି ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିବେ ତେବେ ଆମେ ଜୋରଦାର ବିରୋଧ କରିବୁ । ଆମେ କିପରି ରଣନୀତି କରିବୁ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ସୂଚନା ଥାଉ କି ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ୍‌ ୨୬ଟି କାର୍ଯ୍ୟଦିବସ ରଖାଯାଇଛି।

ଅଧିବେଶନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଗୃହରେ ଆଗତ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ। ୧୦ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ଆଗତ ହୋଇ ଅତିରିକ୍ତ ବଜେଟ୍‌ ଗୃହୀତ କରାଯିବ। ଡିସେମ୍ବର ୧୧ରୁ ୩୧ ତାରିଖ ଯାଏ ଅଫିସିଆଲ୍‌ ବିଜ୍‌ନେସ୍‌ ରଖାଯାଇଛି। ତାହା ମଧ୍ୟରୁ ୧୭, ୨୪ ଓ ୨୯ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍‌ ରଖାଯାଇଛି। ଡିସେମ୍ବର ୫, ୧୨, ୧୯ ଓ ୨୬ ତାରିଖରେ ରବିବାର ଏବଂ ୨୫ ତାରିଖରେ ବଡ଼ ଦିନ ପାଇଁ ଗୃହ କାର୍ଯ୍ୟ ହେବ ନାହିଁ।

Also Read  ୧୦ରୁ ବୟସ୍କ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୁଷ୍ଟର ଡୋଜ୍

LEAVE A REPLY

Please enter your comment!
Please enter your name here