ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଗୋବିନ୍ଦ ଓ ସହଯୋଗୀ

0
86
ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଗୋବିନ୍ଦ ଓ ସହଯୋଗୀ
ଜେଏମ୍‌ଏଫସି କୋର୍ଟରେ ହାଜର ହେଲା ଗୋବିନ୍ଦ ଓ ସହଯୋଗୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା । ଜେଏମ୍‌ଏଫସି ବଙ୍ଗୋମୁଣ୍ଡାରେ ହାଜର ହେଲେ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ଡ୍ରାଇଭରକୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମ୍‌ଏଫସି ରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ ।

ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ ୨ ଜଣ । ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜିର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । ଗୋବିନ୍ଦ ସାହୁ ମମିତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ରାଧେଶ୍ୟାମ ଗୋବିନ୍ଦକୁ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଦୁଇ ଜଣ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପ କାରଗାର ରେ ରଖାଯାଇଛି ।

Also Read  ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ପୁରୀ ପହଞ୍ଚି ସ୍ତିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

LEAVE A REPLY

Please enter your comment!
Please enter your name here