ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶାରେ ସିବିଆଇ

0
365
ଯୌନ ଶୋଷଣ ମାମଲା
ଯୌନ ଶୋଷଣ ମାମଲା

ଭୁବନେଶ୍ୱର:  ଅନ୍‌ଲାଇନରେ ଶିଶୁଙ୍କ ପ୍ରତି ବଢ଼ୁଥିବା ଯୌନ ଶୋଷଣ ମାମଲା ବଢ଼ିବାରେ ଆକ୍ସନ ମୋଡକୁ ଆସିଛି ସିବିଆଇ। ସିବିଆଇ ପକ୍ଷରୁ ଆଜି ଓଡ଼ିଶାରେ ମଧ୍ୟ ଯାଞ୍ଚ କରାଯାଉଛି। କେବଳ ଓଡ଼ିଶା ନୁହେଁ ଅନ୍ୟ ୧୩ଟି ରାଜ୍ୟ ଓ କେନ୍ଦ୍ରର ଶାସିତ ଅଞ୍ଚଳରେ ମଧ୍ୟ ସଂସ୍ଥା ପକ୍ଷରୁ ଖୋଳତାଡ଼ କରାଯାଉଛି।

ସୂଚନା ଅନୁଯାୟୀ, ସିବିଆଇ ପକ୍ଷରୁ ଆଜି ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଦେଶର ମୋଟ ୭୬ଟି ସ୍ଥାନରେ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିଆଣା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳପ୍ରଦେଶ ଭଳି ରାଜ୍ୟର ଏକାଧିକ ସ୍ଥାନ ରହିଛି।

ଅନ୍‌ଲାଇନ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା। ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ। ଅନୁମାନ କରାଯାଉଛି, ଚିହ୍ନଟ ହୋଇଥିବା ଅଭିଯୁକ୍ତଙ୍କ ଠିକଣାରେ ଏହି ଯାଞ୍ଚ କରାଯାଉଛି।

Also Read  Odisha welcome Pramod Bhagat, Gold Medalist in Paralympics