ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଅନୁମତି : କ’ଣ ରହିଛି ନୂଆ ଗାଇଡଲାଇନ ?

0
550
ମେଲୋଡିକୁ ଅନୁମତି
ମେଲୋଡିକୁ ଅନୁମତି

ଭୁବନେଶ୍ୱର: ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁ ଖୋଲି ସାରିଲାଣି। ଆଜିଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଏନେଇ ନୂତନ ଗାଇଡଲାଇନ୍ ଜାରି କରାଯାଇଛି। ଏସବୁ ଲାଗି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ହୋଇଥାଏ। ଏଥିପାଇଁ ଅନଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିବାକୁ ଅନୁମତି ଦିଆଯାଇଛି। ଏହିସବୁ କାର୍ଯ୍ୟକ୍ରମରେ ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ।ଏହିସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡ଼ିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ଅନଲାଇନ୍ ବା ଅଧିକସଂଖ୍ୟକ କାଉଣ୍ଟରରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ ବୋଲି କୁହାଯାଇଛି। ହଲ୍ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ସେଠାରେ ମଧ୍ୟ କରୋନା କଟକଣା ମାନିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଦର୍ଶକଙ୍କ ସଂଖ୍ୟାରେ ପରିବର୍ତ୍ତନ କରିପାରିବେ ବୋଲି ଏହି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି।

ଏହି ନୂଆ ମାର୍ଗଦର୍ଶିକାରେ ଆହୁରି ବି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଯେଉଁମାନେ ଡବଲ୍ ଡୋଜ୍ କୋଭିଡ୍ ଟିକା ନେଇଥିବେ ବା ୭୨ ଘଣ୍ଟା ପୂର୍ବରୁ ଆଣ୍ଟିଜେନ୍ ବା ଆରଟିପିସିଆର୍ ଟେଷ୍ଟ କରାଇଥିବେ କେବଳ ସେହିମାନଙ୍କୁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେବା ଲାଗି ଅନୁମତି ମିଳିବ। ତେବେ ଏଥିରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବା ଲାଗି ବାରଣ କରାଯାଇଛି।

Also Read  Odisha to continue sponsoring Indian Hockey Teams: Odisha CM