ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ : ଦେଢ଼କୋଟିର ସାପବିଷ ଜବତ,୨ ଗିରଫ

0
430
ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌
ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ପୁଲିସ ଦେଢ଼କୋଟି ଟଙ୍କାର ସାପ ଗରଳ (ବିଷ) ଜବତ କରିଥିବା ବେଳେ ଦୁଇ ଜଣ ବିଷ ବେପାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ବେପାରୀ ହେଲେ ସମ୍ବଲପୁର ଜିଲ୍ଲା ଅଞ୍ଚଳର। ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କର ରମେଶ ଚନ୍ଦ୍ର ସାହୁଙ୍କ ପୁଅ କୈଳାସ ସାହୁ (୩୬) ଓ ସାକ୍ଷୀପଡାର ନବୀନ କିଶୋର ପାଢୀଙ୍କ ପୁଅ ରଞ୍ଜନ କୁମାର ପାଢୀ।

ଶୁକ୍ରବାର ଅପରାହ୍ନ ୪ଟାରେ ରିଆମାଳ ଥାନା ଅନ୍ତର୍ଗତ ତାରଙ୍ଗ ଗ୍ରାମଠାରେ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ରିଆମାଳ ଥାନା ପୁଲିସ ଖବର ପାଇଥିଲା। ଥାନା ଅଧିକାରୀ ଗୋପବନ୍ଧୁ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ମାଗୁଣୀ ଗଡ଼ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେଠାରୁ ଦୁଇବେପାରୀ ସିନ୍ଦୁରପଙ୍କ ଆଡକୁ ଯାଉଥିବା ବେଳେ ଅଧିକ ତଥ୍ୟ ପାଇଁ ଗିରଫ ନ କରି ସେମାନଙ୍କୁ ପୁଲିସ ପିଛା କରିଥିଲା। ପରିଶେଷରେ ସିନ୍ଦୁରପଙ୍କଠାରେ ଦୁଇ ବେପାରୀଙ୍କୁ ଗିରଫ କରାଯାଇଥିଲା। ରିଆମାଳ ପୁଲିସ କେଶ ନଂ- ୨୫୩ରେ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ତେବେ ଦୁଇ ବିଷ ବେପାରୀ ଦେବଗଡ଼ ଜିଲ୍ଲାରେ ବିକ୍ରି ପାଇଁ ଆସିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Also Read  ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ : ୬୦% ମତଦାନ, ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ ସ୍ଥାନରେ ନିର୍ବାଚନ ରଦ୍ଦ