ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ଆତଙ୍କ; ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

0
56
four died and above 20 serious in diarrhea at rayagada

ରାୟଗଡା: ରାୟଗଡାରେ ଝାଡାବାନ୍ତି ଆତଙ୍କ । ଝାଡାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିପାର ଲାଗିଛି ଝାଡାବାନ୍ତି । କାଶୀପୁର ବ୍ଳକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟା, କାକୁଡିପଦର, ରାଉତଘାଟି ଆଦି ଗାଁରେ ଝାଡାବାନ୍ତି ବ୍ୟାପିଛି । ମାତ୍ର ବିଡମ୍ବନାର ବିଷୟ ସ୍ଥିତି ସମୀକ୍ଷା ପାଇଁ ଏ ପର୍ଯ୍ୟନ୍ତ ଗାଁରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦେଖାନାହିଁ । ଏ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାୟଗଡ଼ା ସିଡିଏମଓ ।

Also Read  ଜୁନରୁ ଅକ୍ଟୋବର ମାସ ଗୁରୁତ୍ବପୂର୍ଣ୍ଣ, ଏହି ସମୟରେ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବା ସହ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

LEAVE A REPLY

Please enter your comment!
Please enter your name here