ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି, ରାଜ୍ୟ ସରକାର ଦେଲେ ୩୦ ଏକର ଜାଗା

0
131
Science City in Bhubaneswar

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ସାଇନ୍ସ ସିଟି । ଶିଶୁ ଓ ଯୁବପୀଢିଙ୍କ ମଧ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସରକାର ଏହିଭଳି ଏକ ବଡ ନିସ୍ପତ୍ତି ନେଇଛନ୍ତି । କଲିକତାରେ ଥିବା ସାଇନ୍ସ ସିଟି ଭଳି ଏହା ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ୩୦ଏକର ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେଇଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ତଥ୍ୟ ଓ ତ୍ରୁଟିକୁ ସୁଧାରିବାରେ ସାଇନ୍ସ ସିଟି ସହାୟକ ହୋଇପାରିବ ।

ସେଇଭଳି ପୁରୀ ଠାରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନିଟୋରିୟମ କେନ୍ଦ୍ର ପ୍ରତିଷ୍ଠା ହେବ । ସେଠାରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ । ସାତକୋଶିଆ ଅଂଚଳରେ ଜାତୀୟ ସ୍ତରର ଆଞ୍ଚଳିକ ସାତକୋଶିଆ ବାୟୋ ସ୍ପିୟାର ମ୍ୟୁଜିୟମ ହେବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତୀ ଅଶୋକ ପଣ୍ଡା ବିଧାନସଭାରେ ଉତ୍ତର ରଖି କହିଛନ୍ତି ।

Also Read  ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

LEAVE A REPLY

Please enter your comment!
Please enter your name here