ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ କରୋନା ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୮,୪୮୮ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨୪୯ ରହିଛି। ୫୩୮ ଦିନରେ ଆଜି ଦେଶର ସଂକ୍ରମଣ ସଂଖ୍ୟା ସର୍ବନିମ୍ନ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୧୮,୯୦୧ରେ ପହଞ୍ଚିଛି। ୨୪୯ ମୃତ୍ୟୁକୁ ମିଶାଇ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୬୫,୯୨୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୨,୫୧୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୯,୩୪,୫୪୭। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୧୮,୪୪୩। ଏହା ମଧ୍ୟ ୫୩୪ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ସଙ୍ଗରୋଧରୁ ୯୮ ଜଣ ଓ ୭୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୦, ସମ୍ବଲପୁରରୁ ୧୩, ମୟୁରଭଞ୍ଜରୁ ୫, ଗଞ୍ଜାମରୁ ୭, ସୁନ୍ଦରଗଡରୁ ୫ ଓ ଷ୍ଟେଟ ପୁଲରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୧୭୪ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୩୬ ହଜାର ୫୦୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ ୨୨୨୬ଟି ସକ୍ରିୟ ମାମଲା ରହିଥିବାବେଳେ ରାଜ୍ୟରେ ୨ କୋଟି ୩୨ ଲକ୍ଷ ୮୬ ହଜାର ୨୯୦ଟି ନମୁନା ପରୀକ୍ଷା କରାଯାଇଛି ।

























