ରାଜ୍ୟରେ ଶୀତର ପ୍ରକୋପ ବଢିବ : କେବେଠୁ ଜାଣନ୍ତୁ ?

0
518
ରାଜ୍ୟରେ ଶୀତର ପ୍ରକୋପ ବଢିବ
ରାଜ୍ୟରେ ଶୀତର ପ୍ରକୋପ ବଢିବ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏବେ ପାଗ ମେଘୁଆ ରହିଛି। ଫଳରେ ରାଜ୍ୟରେ ଶୀତ ପ୍ରଭାବ ଅନୁଭୂତ ହେଉନାହିଁ। ରାତି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ ଡିଗ୍ରି ଅଧିକ ରହିଛି।  ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ହେଲେ ୨ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ହେଲେ ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡି ପଡ଼ିଥିବା ଦେଖିବାକୁ ମିଳିଛି। ଦାରିଙ୍ଗିବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଥିବା ବେଳେ ଆଉ କିଛି ଲୋକେ ପ୍ରାତଃ ଭ୍ରମଣ କରୁଛନ୍ତି।

Also Read  Vigilance raids DFO & Chief engineer for World Bank project Mahadeo Badaik's residences