ବହୁ ଚର୍ଚ୍ଚିତ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

0
74
କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ
କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ
ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ହୋହଲ୍ଲା ମଧ୍ୟରେ ବହୁ ଚର୍ଚ୍ଚିତ ବିଲକୁ ପ୍ରତ୍ୟାହାର ବିଲ ପାରିତ ହୋଇଛି  । ଏହି ଆଇନ ପ୍ରତ୍ୟାହାର ଲାଗି କିଛି ଦିନ ତଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଲ୍ ପାରିତ ହୋଇଛି । ୨୦୨୦ ସେପ୍ବେମ୍ବର ୨୭ରେ ୩ଟି ବିଲ ରାଷ୍ଟ୍ରପତିଙ୍କୁ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବର୍ଷେ ଧରି ଜାରି ରହିଥିଲା ଆନ୍ଦୋଳନ ।
ସେପଟେ କହିବାକୁ ଗଲେ ଫେଲ୍ ମାରିଛି ସର୍ବଦଳୀୟ ବୈଠକର ନିଷ୍କର୍ସ । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଗୃହକାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳା ଓ ମର୍ଯ୍ୟାଦାର ସହ ଚାଲିବ ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ । ସରକାର ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ । ସଂସଦ କାର୍ଯ୍ୟ ଚାଲିଥିବାବେଳେ ବାଚସ୍ପତିଙ୍କ ସମ୍ମାନ ରକ୍ଷା ଲାଗି ସେ ସବୁ ଦଳକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ   ।
କେନ୍ଦ୍ର ସରକାର ଶୀତ କାଳୀନ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ହିଁ ନୂତନ କୃଷି ଆଇନ ପ୍ରତ୍ୟାହର ବିଲ ପାରିତ ପକ୍ରିୟା ଆରମ୍ଭ କରିଥିଲେ  । ଏହି ସମୟରେ କଂଗ୍ରେସ ସମେତ ଅନ୍ୟାନ ବିରୋଧି ଦଳ ହୋହଲ୍ଲା କରିଥିଲେ  । ସେପଟେ ଏମଏସପି, ମୃତଚାଷୀଙ୍କ ପରିବାରକୁ କ୍ଷତିପୂରଣ, ପେଗାସସ, ଦରବୃଦ୍ଧି, ବେକାରୀ, ମହିଳା ସଂରକ୍ଷଣ, ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବି ନେଇ ସରକାରଙ୍କୁ ବିରୋଧୀ  ଟାର୍ଗେଟ କରିବା ଆରମ୍ବ କରିଦେଇଛନ୍ତି ।
Also Read  ଶୀତ ଅଧିବେଶନ ଆରମ୍ଭ : ଭିତରେ ଶୋକ, ବାହାରେ “ମମିତା ତାତି”

LEAVE A REPLY

Please enter your comment!
Please enter your name here