ନୂଆ ଭାରିଆଣ୍ଟ ସଂକ୍ରମଣ କ୍ଷମତା ଉପରେ ପରୀକ୍ଷାନିରୀକ୍ଷା ଚାଲିଛି : ନିରଞ୍ଜନ ମିଶ୍ର

0
432
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ବର:  ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହୁଛି ନୂଆ ଭାରିଆଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି। ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ। ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି। ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଏଣ୍ଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି। ତେଣୁ ସମସ୍ତେ ସତର୍କ ରହିବା ଦରକାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେ କହିଛନ୍ତି, ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା କଲା। ତେଣୁ ସମସ୍ତେ ସତର୍କ ରହିବା ଦରକାର। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହୁଛି ଅଧିକ ସମୟ ଦରକାର ସମସ୍ତ ସତର୍କ ରୁହନ୍ତୁ ଯେମିତି ସ୍ପ୍ରେଡ ନକରିବ। ଯେଉଁମାନେ ବିଦେଶରୁ ଆସିବେ ସେମାନେ ନେଗେଟିଭ ସାର୍ଟିଫିକେଟ ଆଣିବେ। ଏୟାରପୋର୍ଟରେ ତାଙ୍କ ଟେଷ୍ଟ ହେବ। ନେଗେଟିଭ ଆସିଲେ ବି ସାତ ଦିନ କ୍ବାରେନଣ୍ଟାଇନ ରହିବେ। ଏୟାରପୋର୍ଟ ଅଥରିଟିକୁ ଆମେ ସବୁଦିନେ ବିଦେଶରୁ ଆସୁଥିବା ଲୋକଙ୍କ ଲିଷ୍ଟ ମାଗୁଛୁ। ପଜିଟିଭ ଆସିଲେ ଜିନୋମ ସ୍ବିକେନସିଂ ପାଇଁ ଯିବ। ଟିକାକରଣ ବଡ଼ ଅସ୍ତ୍ର। କମ୍ ସମୟ ଭିତରେ ସମସ୍ତଙ୍କୁ ଫାଷ୍ଟ ଡୋଜ ଟିକା ଦିଆଯିବ। ଟିକା ହେଉଛି କୋଭିଡ ବିରୋଧରେ ବଡ଼ ଅସ୍ତ୍ର। ଭାଇରସର ମ୍ୟୁଟେସନ ହେବ। ଆମକୁ ସତର୍କ ରହିବାକୁ ପଡ଼ିବ। ସରକାରଙ୍କ କୋଭିଡ ନିୟମ ଅନୁସାରେ ସ୍କୁଲ ଖୋଲିବାକୁ ପଡ଼ିବ।

Also Read  Coal Block scam: BJP Rourkela MLA and ex-Coal minister Dilip Ray to face trial on Apr 26